Home ଆଞ୍ଚଳିକ ଦୁର୍ଘଟଣା ରେ ଜାରକା ବିଦ୍ୟୁତ ବିଭାଗ ର ସହକାରୀ ଯନ୍ତ୍ରୀ ଙ୍କ ମୃତ୍ୟୁ।

ଦୁର୍ଘଟଣା ରେ ଜାରକା ବିଦ୍ୟୁତ ବିଭାଗ ର ସହକାରୀ ଯନ୍ତ୍ରୀ ଙ୍କ ମୃତ୍ୟୁ।

143

ଯାଜପୁର , ୦୪/୦୪/୨୨ ( ଜିଲ୍ଲା ଖବର ) ବର୍ତ୍ତମାନ ସବୁଠୁ ବଡ଼ ଖବର ଯାଜପୁର ଜିଲ୍ଲା ଧର୍ମଶାଳା ଜାରକା ବିଦ୍ୟୁତ୍ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଇଂ ଶ୍ରୀମନ୍ତ କୁମାର ଦାସଙ୍କ ପରଲୋକ ।

ସୂଚନା ଥାଉକି ଆଜି ସକାଳୁ ଭୁବନେଶ୍ବରରୁ ବାହାରି ଜାରକା ଅଭିମୁଖେ ଏକ ମାରୁତି ସୁଜୁକି କାର ଯୋଗେ ଆସୁଥିବା ବେଳେ ପଳାଶୁଣୀ ଛକ ନିକଟରେ ଘଟିଥିଲା ଏକ ଦୁର୍ଘଟଣା ।

କାରକୁ ଧକ୍କା ଦେଇଥିଲା ଏକ ହାଇୱା ଟ୍ରକ, ଘଟଣା ସ୍ଥଳରେ ହିଁ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଗତ ୩୦/୦୬/୨୦୧୭ ରୁ ଜାରକା ବିଦ୍ୟୁତ୍ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଏନେଇ ଜିଲ୍ଲାର ସମସ୍ତ ବିଦ୍ୟୁତ୍ କର୍ମଚାରୀ ଦୁଃଖ ପ୍ରକାଶ କରିଛନ୍ତି ।
ଯାଜପୁର ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।