
ଭଞ୍ଜନଗର , ୦୪/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର, କୁଲାଡ଼ ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ,
ଚୈତ୍ର ଶୁକ୍ଳ ପ୍ରତିପଦା ଉପଲକ୍ଷେ, ” ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ” ପାଳନ କରାଯାଇଥିଲା।


ଏଥିସହିତ କୁଲାଡ଼ ପାର୍କ ନିକଟସ୍ଥ, ଭାଗବତ ଟୁଗିଂରେ “ଭାଗବତ ଗ୍ରନ୍ଥ” ସ୍ଥାପନ ମହୋତ୍ସବ ର ଆୟୋଜନ ହୋଇଥିଲା।


ଏହି ଅବସରରେ, ସେଠାକାର ମୁଖ୍ୟ ଅତିଥି ରୁପେ ଶ୍ରୀ ବନମାଳୀ ଗୌଡ଼, ମୁଖ୍ୟ ବକ୍ତା ମନୁନନ୍ଦ ପତି,ବଜରଙ୍ଗ ଦଳ ଘୁମୁସର ଜିଲ୍ଲା ସହ ସଂଜୋଜକ ଶ୍ରୀ ବୁଲୁସାହୁ, ଭଞ୍ଜନଗର ଘୁମୁସର ଜିଲ୍ଲା, ବିଶ୍ୱହିନ୍ଦୁ ପରିଷଦର ,


ସାମାଜିକ ସମର୍ ସତ୍ତା ପ୍ରମୂଖ୍ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ମହୋଦୟ ଏବଂ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି, ଶ୍ରୀ ସୁଧିର କୁମାର ନାୟକ ଇତ୍ୟାଦି ବରେନ୍ୟ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ।


ଏଥିସହିତ କୁଲାଡ଼ ଗ୍ରାମର ଗ୍ରାମବାସୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଙ୍କ ଦ୍ୱାରା ଉକ୍ତ ମହୋତ୍ସବ ଟି ମହା ସମାରୋହରେ ପାଳିତ ହୋଇଥିଲା।


