
କୋଦଳା , ୦୪/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ରେ ଥିବା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ
ଆଜି ଠାରୁ ଆରମ୍ଭ ହୋଇଯାଇଛି ଆତ୍ମ ସୁରକ୍ଷା ତାଲିମ ।


ଏହି କାର୍ଯ୍ୟକ୍ରମ ଦୀର୍ଘ ୮ ଦିନ ଧରି ଚାଲୁ ରହିବ । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଲା କେମିତି ଛାତ୍ରୀ ମନେ ନିଜକୁ ସୁରକ୍ଷା ରଖିପାରିବେ ।

ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ମୁନି ଅଧ୍ୟକ୍ଷତା କରିଥିବାବେଳେ,ଅତିଥି ଭାବରେ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର,ମୌସୁମୀ ମିଶ୍ର,କାଳନ୍ଦୀ ଚରଣ ଦାଶ,ଅନିଲ କୁମାର ସାହୁ ଯୋଗ ଦେଇଥିଲେ ।


ତାଲିମ ଶିବିରର ଉପଦେଷ୍ଟା ଅଧ୍ୟାପିକା ସାସାଲିପି ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୁଧଷ୍ଠା ପ୍ରଧାନ ସହଯୋଗ କରିଥିଲେ।


ମାଷ୍ଟର ଟ୍ରେନର ଭାବରେ ଭାରତୀ ଗୌଡ଼ ଓ ପୂଜାରାଣୀ ଦାଶ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ ବିଷୟର ଉଦେଶ୍ୟ ପ୍ରକାଶ କରିବା ସହ ତାଲିମ ପ୍ରଦାନର ଶୁଭଆରମ୍ଭ କରିଥିଲେ ।

ଉଦ୍ଧାଟନି କାର୍ଯ୍ୟକ୍ରମରେ +୨ପ୍ରଥମ ବର୍ଷର ଛାତ୍ରୀ ବୃନ୍ଦ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ ।



