
ଆସିକା,୧୫/୧୨(ଖିରୋଦ ଚନ୍ଦ୍ର ବେହେରା); ଆସିକାର ଦୁଇଟି ନଦୀରେ ବେଆଇନ ବାଲିଚାଲାଣ ବେଳେ ଆସିକା ପୋଲିସ ପକ୍ଷରୁ ଅଚାନକ ଚଢାଉ କରାଯାଇ ଜେସିବି, ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ, ମେଜିକ ପେନ, ନକଲି ଟ୍ରାନଜିଟ ପାସ କାଗଜପତ୍ର ଜବତ ହୋଇଥିବା ଜଣାଯାଇଛି । ଏହି ଚଢାଉରେ ୭ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ସୂଚାନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇନଥିବା ବେଳେ ନଦୀ ଗର୍ଭରୁ ବେଆଇନ ଭାବେ ଜେସିବି ମେସିନ ସାହାଯ୍ୟରେ ଖୁଲମ ଖୁଲା ବାଲି ଉଠାଉଥିଲେ । ଏହି ବାଲି ଚାଲାଣ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି । ଆସିକାର ଦୁଇ ନଦୀରୁ ଏହି ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଏବଂ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଅଭିଯୋଗ କରାଯାଇଥିଲା ।




