Home ଅପରାଧ ଦେଶୀ ପିସ୍ତଲରେ ଗୁଳି ଫୁଟାଇ ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା।

ଦେଶୀ ପିସ୍ତଲରେ ଗୁଳି ଫୁଟାଇ ଗ୍ୟାରେଜ ମାଲିକଙ୍କ ଆତ୍ମହତ୍ୟା।

110

ହିଞ୍ଜିଳିକାଟୁ , ୦୩/୦୪/୨୨ (ଜିଲ୍ଲା ଖବର ) : ହିଂଜିଳି ଥାନା ଚୈତନପଡା ଛକ ପେଟ୍ରୋଲ ପମ୍ପ ସମୁଖରେ ଥିବା ଗ୍ୟାରେଜ ଭିତରେ ରକ୍ତଜୁଡୁବୁଡୁ ଯୁବକଙ୍କ ଶବ।

ମୃତକ ଇପିଲି ଜଗନ୍ନାଥ ୩୫ ବର୍ଷ। ଆଜି ସନ୍ଧ୍ୟାରେ ସେ ଦୋକାନରେ ଥିବା ସମୟରେ ଏକ ଦେଶୀ ପିସ୍ତଲରେ ନିଜ କାନ ରେ ରଖି ଗୁଳି ଫୁଟାଇ ଦେଇଥିଲେ।

ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ନିକଟସ୍ଥ ଗୋପୀନାଥପୁର। କୁକୁଡାଖଣ୍ଡିରେ ଘର ଭଡା ରେ ରହୁଥିଲେ।

ସକାଳୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପରିବାରିକ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ସ୍ତ୍ରୀ ବ୍ରହ୍ମପୁର ସଦର ଥାନାରେ ଏତଲା ଦେଇଥିବା ବେଳେ ମାନସିକ ଅଶାନ୍ତିରୁ ସ୍ୱାମୀ ଜଗନ୍ନାଥ ଏକ ଦେଶୀ ରିଭଲଭରରେ ଗୁଳି କରି ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ହିଂଞ୍ଜିଲି ଆଇ ଆଇ ସି ଅଭିମନ୍ୟୁ ଦାସ । ତାଙ୍କ ଶବ ନିକଟରୁ ଏକ ଦେଶୀ ରିଭଲଭର ଓ ଖୋକା ଜବତ କରିଛି ।