Home ଆଞ୍ଚଳିକ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ : ଗୁମ୍ମା ଭଲିବଲ ଦଳ ଓ ସୋନପୁର...

ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ : ଗୁମ୍ମା ଭଲିବଲ ଦଳ ଓ ସୋନପୁର ଭଲିବଲ ଦଳ ବିଜୟୀ

70
ଗୁମ୍ମା ଭଲିବଲ ଦଳ ଓ ସୋନପୁର ଭଲିବଲ ଦଳ ବିଜୟୀ

ଆସିକା,୧୫/୧୨(ଖିରୋଦ ଚନ୍ଦ୍ର ବେହେରା); ଆସିକା ଟାଉନହଲ ଖେଳ ପଡିଆ ଠାରେ ଚାଲିଥିବା ମା ଖମ୍ବେଶ୍ୱରୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ ରବିବାର ଦୁଇଟି ମ୍ୟାଚରେ ଗଜପତି ଜିଲ୍ଲା ଗୁମ୍ମା ଭଲିବଲ ଦଳ ସହିତ ସୋନପୁର ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୋନପୁର ଭଲିବଲ ଦଳ ଟସ ଜିତିଥିବା ବେଳେ ଗୁମ୍ମା ଭଲିବଲ ଦଳ ସର୍ଭିସ ଆରମ୍ଭ କରିଥିଲା । ଗଜପତି ଜିଲ୍ଲା ଗୁମ୍ମା ଭଲିବଲ ଦଳ ୨-୦ ପଏଟଂ ହାସଲ କରି ବିଜୟୀ ହୋଇଥିଲା । ଗୁମ୍ମା ଭଲିବଲ ଦଳର ଖେଳାଳୀ ଶ୍ରୀନକ୍ସଲ ମଣ୍ଡଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିବା ବେଳେ ଆସିକା ଅଚଂଳର ବିଶିଷ୍ଟ ବ୍ୟବସାୟୀ ଭାନୁପ୍ରତାପ ମହାରଣାଙ୍କ ଦ୍ୱାରା ଟାଇମେକ୍ସ ୱାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପରବର୍ତୀ ମ୍ୟାଚରେ ଗଜପତି ଜିଲ୍ଲା ମୋହନା କୁରୁକ୍ଷେତ୍ର ଦଳ ସହିତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଭଲିବଲ ଦଳ ସହିତ ଭେଟାଭେଟି ହୋଇଥିଲା । ଗଜପତି ଜିଲ୍ଲା ମୋହନା କୁରୁକ୍ଷେତ୍ର ଭଲିବଲ ଦଳ ୨-୧ପଏଟଂ ହାସଲ କରି ବିଜୟୀ ହୋଇଥିଲା । କନ୍ଧମାଳ ଜିଲ୍ଲା ଫୁଲବାଣୀ ଭଲିବଲ ଦଳର ଖେଳାଳୀ ହୃଷିକେଶ ବାଗଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା । ହିଞ୍ଜିଳି କାଟୁ ଯୁବ କ୍ରିଡାବିତ ନିଳାଚଂଳ ଗୈାଡ ହୃଷିକେଶ ବାଗଙ୍କୁ ପୁଷ୍ପଗୁଛ ଦେଇ ଉପଢୈାକନ ପ୍ରଦାନ କରି ସ୍ୱାଗତ ସମ୍ଭର୍ଦ୍ଧନା କରିଥିଲେ । ଏହି ମ୍ୟାଚରେ ରେଫରି ଦାୟିତ୍ୱରେ ସ୍ୱଦେଶ ଦଳେଇ,ସ୍କୋରରେ ସତୀଶ କୁମାର ନାୟକ,ବିଜୟ କୁମାର ସ୍ୱାଇଁ, ଧାରାବିବରଣୀରେ ବଳରାମ ପୋଲାଇ,ବିଦେଶୀ ନାହକ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି ମ୍ୟାଚରେ ଅତିଥି ଭାବେ ଖାରିଆ ସରପଚଂ ଅରବିନ୍ଦ ଲେଙ୍କା,ବରିଷ୍ଠ ଆଇନଜୀବୀ ଶରତେନ୍ଦୁ ପଣ୍ଡା,କବିସୂର୍ଯ୍ୟନଗତ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀ, ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିବା ବେଳେ ଆସିକା ଆଥଲେଟିକ ଆସୋସିଏସନ ଟାଉନହଲ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା । । ଏହି ମ୍ୟାଚରେ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡ୍ଡି, ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି,କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା,ଯୁବ ଖେଳାଳୀ ଚକ୍ରଧର ମିଶ୍ର,ଏସ.କାମେଶ୍ୱର,ଆଦିକାନ୍ତ ନାୟକ,ବିଶ୍ୱନାଥ ସେଠି ଖେଳକୁ ତଦାରଖ କରୁଥିବା ବେଳେ ପ୍ରିୟରଞ୍ଜନ ତ୍ରିପାଠି,ବୁଜେନ୍ଦ୍ର ରାଓ, ସତିଶ ଆଚାରୀ,ନିଳାଚଂଳ ଗୈାଡ,ବଳରାମ ବେହେରା ପ୍ରମୁଖ ମ୍ୟାଚ ପରିଚାଳନା ସହ ଯୋଗ କରିଥିଲେ ।