
ଭଞ୍ଜନଗର , ୦୨/୦୪/୨୨ ( ଜିଲ୍ଲା ଖବର ) : ବନିତା ବେହେରା ୨୨ବର୍ଷ ର ବିବାହିତ ମହିଳା । ଘର ଭଞ୍ଜନଗର ବାରୁଡା ଗ୍ରାମର । ବିବାହ କରିଥିଲେ ଖଡଭାଗ ଗ୍ରାମରେ । ପତି ନିରଞ୍ଜନ ଠାରୁ ସ୍ବାମୀ ସୁଖ ନପାଇ ଶାଶୁକୁ ଗୁହାରି କଲାପରେ ଦିଅରଙ୍କୁ ବିବାହ କରିଦେବା ପ୍ରତିଶ୍ରୁତି ପାଇ ବର୍ଷେ ଅପେକ୍ଷା କରିଥିଲେ ବନିତା ।ଇତି ମଧ୍ୟରେ ବର୍ଷ ବର୍ଷ ବିତିଲା ।
ବନିତା ର ସର୍ବସ୍ବ ଗଲା। କିନ୍ତୁ ସ୍ବାମୀ ର ହୋଇପାରିଲେ ନା ଦିଅର ହେଲେ ।ନ୍ୟାୟ ପାଇଁ ବନିତା ଥାନାକୁ ଜଣାଇ ମହିଳା ସଂଗଠନ ର ସହାୟତା ରେ ଖଡ଼ଭାଗ ଶଶୁର ଘରେ ପଶିଲେ ବନିତା ।ତାକୁ ନେଇ ଏଇ ସ୍ବତନ୍ତ୍ର ରିପୋର୍ଟ ।

ବନିତା ନିରଞ୍ଜନ କୁ ବିବାହ କରିବାର ୨ବର୍ଷ ପୂରିଲା । ଭଞ୍ଜନଗର ବାରୁଡା ଗ୍ରାମର କବିରାଜଙ୍କ ଝିଅ ବନିତା ବାହାର ରାଜ୍ୟ ରେ ଖଟି ଉପାର୍ଜନ କରୁଥିଲେ ।ବାପା ମୁଣ୍ଡ ଉପରେ ଝିଅର ବୋଝ ଭାବି ବନିତାକୁ ଖଡ଼ଭାଗ ର ନିରଞ୍ଜନଙ୍କ ସହ ବିବାହ କରି ଦାୟିତ୍ୱ ସାରିଦେଇଥିଲେ । ହେଲେ ବନିତା ବିବାହର ୧୦ ଦିନ ପରେ ଜାଣିଲେ ନିରଞ୍ଜନ ପୁରୁଷ ପଣିଆ ପାଇଁ ଅସମର୍ଥ । ଏକଥା ଶାଶୂକୁ ଜଣାଇ ବନିତା ନିଜ ବାପା ଘରକୁ ଯିବାକୁ ଅଡ଼ି ବସିଥିଲେ ।ଶାଶୁ କାମିନୀ ଲୋକ ଲଜ୍ୟା କୁ ଭୟ କରି ଆଉ ବୋହୂ ରଖିଥିବା ଅର୍ଥ ହଡପ କରିବା ଉଦ୍ଧେଶ୍ୟରେ ଦିଅର ସହ ବର୍ଷେ ମଧ୍ୟରେ ବୋହୂକୁ ବାହା କରିଦେବା ପାଇଁ ଏକ ପ୍ରକାର ମନେଇଥିଲେ ।ଇତିମଧ୍ୟରେ ବନିତା ସଞ୍ଜୟ କରିଥିବା ସବୁତକ ଟଙ୍କା ଓ ପଇସା ସ୍ବାମୀ ନିରଞ୍ଜନଙ୍କ ଚିକିତ୍ସା ରେ ସାରି ଦେଲେ ।ସେପଟେ ଦିଅର ରାଜେନ୍ଦ୍ର ବନିତା ର ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ବର୍ଷେ ଗଲା କିନ୍ତୁ ବନିତା ବୈବାହିକ ଜୀବନ ସଫଳ ହୋଇପାରିଲା ନାହିଁ ।ଶେଷରେ ଶଶୁର ଘର ଲୋକେ ଶାରୀରିକ ନିଯ୍ୟାତନା ଦେଇ ଘରୁ ତଡିଦେଲେ । ବନିତା କୂଳକୁ ଜଣାଇଲେ କିନ୍ତୁ କିଛି ହେଲାନି।ଶେଷରେ ହକ ପାଇଁ ମହିଳା ସଙ୍ଗଠନ ସହାୟତା ରେ ଏବେ ଶଶୁର ଘରକୁ ଆସି ରହି ଅଧିକାର ପାଇଁ ଅପେକ୍ଷାରେ ଅଛନ୍ତି । ରାଜ୍ୟ ମହିଳା ସଙ୍ଗଠନ (sword) ,ଭଞ୍ଜନଗର ଶାଖା ସଭାପତି ଶଶି ଗୌଡ ଙ୍କ ନେତ୍ବତରେ ଏକଦଳ ଖଡ଼ଭାଗ ଗ୍ରାମରେ ଯାଇ ଶଶୁର ଘର ଲୋକଙ୍କୁ ବୁଝାସୁଝା କରିଥିବା ବେଳେ ଅପଦସ୍ତ ହୋଇ ଆକ୍ରୋଷର ଶିକାର ହେବାକୁ ପଡିଥିଲା ।

ଶଶୁର ଘର ଲୋକଙ୍କୁ ବହୁ ବୁଝାମଣା କରିବା ସତ୍ବେ ବନିତାଙ୍କୁ ସ୍ବିକାର କରିନଥିବାରୁ ମହିଳା ସଙ୍ଗଠନ ବନିତାକୁ ନେଇ ଆସିକା ଥାନାରେ ପହଞ୍ଚି ଏତାଲା ଦେଇଛନ୍ତି । ପୋଲିସ ର ନିର୍ଦ୍ଦେଶ ପ୍ରକାରେ ବନିତାକୁ ଶଶୁର ଘରେ ରହିବାକୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।ଇତି ମଧ୍ୟରେ ଘରୁ ଖସି ପଳାଇଥିବା ବନିତାଙ୍କ ଦିଅର ରାଜେନ୍ଦ୍ର ଗାଁ କୁ ଫେରାଇବା ବ୍ୟବସ୍ଥା କରିବ ପୋଲିସ ।ବନିତାଙ୍କ ହକ ଦେବାକୁ ଯଦି ପରିବାର ମଧ୍ୟରେ ସମାଧାନ ନକରନ୍ତି ତେବେ ମହିଳା ସଙ୍ଗଠନ ଆଗକୁ ବଡ କଡା ପଦକ୍ଷେପ ନେବ ବୋଲି ସଂଘ ଚେତାବନୀ ଦେଇଛି।
ବୋହୁକୁ ଘରୁ ବିଦା କରିଥିବା ଶାଶୁ କାମିନୀ ମହିଳା ସଙ୍ଗଠନ ଆଗରେ ଗୋଟେ କଥା କହୁଛି।ପୋଲିସ ଆଗରେ ଆଉ ଗୋଟିଏ କଥା କହିଛି। କ୍ୟାମେରା ସାମ୍ନାରେ ଶାଶୁ ବଖାଣୁଛି ଆଉ ଅନ୍ୟ ଏକ କଥା ।



