
ଗାଙ୍ଗପୁର , ୦୨/୦୪/୨୨ ( ଜିଲ୍ଲା ଖବର ) : କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳ ଦିବସ ସହ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି |ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ପରିଷଦ ଉପ ସଚିବ ଡ଼ କୁଳମଣି ଓଝା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଶ୍ୱରେ ଓଡ଼ିଆ ଭାଷା ୩୬ ତମ ସ୍ଥାନ ଅଧିକାର କରିଥିବା କହିଥିଲେ |

ମୁଖ୍ୟବକ୍ତାରୂପେ ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ଼ ସୁଶାନ୍ତ କୁମାର ଦାସ ଯୋଗ ଦେଇ ଉତ୍କଳ ଦିବସର ଐତିହାସିକ ପୃଷ୍ଠଭୂମି ସସମ୍ପର୍କରେ ଆଲୋଚନା କରିଥିଲେ | ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସଭାପତିତ୍ବ କରିଥିବାବେଳେ ଛାତ୍ର ସମ୍ବଳ ଉପ ସଭାପତି ବିବେକାନନ୍ଦ କର ସ୍ୱାଗତ ଭାଷଣ ଦେଇଥିଲେ | ପ୍ରାଧ୍ୟାପକ କପିଳ ସାହୁ ଧନ୍ୟବାଦ ଦେଇଥିଲେ | ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର,ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ,ସନ୍ତୋଷିନୀ ପରିଡା, ପିଙ୍କି ପୋଲାଇ, ସ୍ୱରୂପା ରାଣୀ ବିଶ୍ୱାଳ, ମଧୁସ୍ମିତା ପ୍ରଧାନ, ସଞ୍ଜୟ ସାହୁ, ଦିପୁ ଭୂୟାଁ, ସିମାଞ୍ଚଳ ମହାନ୍ତି, ରମେଶ ଚନ୍ଦ୍ର ରାଉତ, ସୁକାନ୍ତ କୁମାର ମିଶ୍ର, ସିମାଞ୍ଚଳ ବିଶ୍ୱାଳ ସହଯୋଗ କରିଥିଲେ |ଅଧ୍ୟାପିକା ସ୍ନିଗ୍ଧା ରାଣୀ ଗଉଡ଼ ଏବଂ ସାଥିମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥଲେ |ଏହି ଅବସରରେ ଗୋବରା ପଞ୍ଚାୟତ ନବ ନିର୍ବାଚିତ ସମିତି ସଭ୍ୟ ବିଭୁ ପାଦ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |


