Tuesday, October 13, 2026
Home ଆଞ୍ଚଳିକ ଆସିକା ଚିନିଶିଲ୍ପ ନୂଆଗାଁ ଠାରେ ଅଲ ଓଡିଶା ଇ.ପି.ଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ୫୦ତମ ବୈଠକ

ଆସିକା ଚିନିଶିଲ୍ପ ନୂଆଗାଁ ଠାରେ ଅଲ ଓଡିଶା ଇ.ପି.ଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ୫୦ତମ ବୈଠକ

42
ଓଡିଶା ଇ.ପି.ଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ୫୦ତମ ବୈଠକ

ଆସିକା,୧୫/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଚିନିଶିଳ୍ପ ନୂଆଗାଁ କଲ୍ୟାଣ ମଣ୍ଡପ ଠାରେ ଅଲ ଓଡିଶା ଇ.ପି.ଏଫ ପେନସନରର୍ସ ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠୀତହୋଇଯାଇଛି । ଏହି ବୈଠକ ଆଲ ଓଡିଶା ଇ.ପି.ଏଫ ପେନସନରର୍ସ ଆସୋସିଏସନ ସଭାପତି ରଞ୍ଜନ କୁମାର ଖୁଟିଂଆ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା,ଜଗତସିଂହପୁର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ବରିଷ୍ଠ ଶ୍ରମିକ ନେତା ବିପ୍ରଚରଣ ପ୍ରଧାନ,ସକ୍ରିୟ ସଭ୍ୟ ବିିକ୍ରମ ଛୋଟରାୟ,ରାଜ୍ୟ ସମବାୟ କେନ୍ଦ୍ର ବ୍ୟାଙ୍କ କର୍ମଚାରୀ ମହାସଂଘ କର୍ତକର୍ତା ପ୍ରଦିପ କୁମାର ପାଣିଗ୍ରାହି, ନିଳକଣ୍ଠ ଦାଶ,ବାସୁଦେବ ଚୈାଧୁରୀ,ଆଦି ନାରାୟଣ,ଟି.ଗୋବିନ୍ଦ ରେଡି, କାହ୍ନୁଚରଣ କର ପ୍ରମୁଖ ଯୋଗ ଦେଇଥିଲେ ।ଓଡିଶାରେ ୧୭ଟି ଜିଲ୍ଲାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ଠାରେ ଏହା ୫୦ ତମ ବୈଠକ ରୁପେ ଅନୁଷ୍ଠୀତ ହୋଇଯାଇଛି । ଏହି ବୈଠକରେ ସମଗ୍ର ଓଡିଶାରେ ଇ.ପି.ଏଫ ପେନସନ ଭୋଗୀ ମାନଙ୍କ ପାଇଁ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କାକୁ ବୃଦ୍ଧି, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ ଏବଂ ସମସ୍ତ ଇ.ପି.ଏଫ ପେନସନରର୍ସ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ପ୍ରଦାନ ପାଇଁ ମୁଖ୍ୟ ମୁଦ୍ଧା ରଖାଯାଇଥିଲା । ଦେଶବ୍ୟାପି ଚାଲିଥିବା ଇ.ପି.ଏଫ-୧୯୯୫ ଯୋଜନାକୁ ଜାତୀୟ ପେନସନ ଲାଗୁ କରିବା ପାଇଁ ଆଲୋଚନା କରାଯାଇଥିଲା ।ଜୀବନରେ ସମସ୍ତ ଶକ୍ତି ସାମର୍ଥ୍ୟ ବିନିଯୋଗରେ କଳ କାରଖାନା, ଅନ୍ୟାନ୍ୟ ବେସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟ କରି ଅବସର ନେଲାପରେ ପରିଣତ ବୟସରେ ମାସକୁ ମାତ୍ର ୭ଶହ ଟଙ୍କାରୁ ୧ ହଜାର ଟଙ୍କା ପେନସନ ମିଳୁଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପହାସ ବୋଲି ଆଲୋଚନା କରାଯାଇଥିଲା । ୧୯୯୫ ମସିହା ପରେ ୨୦ ବର୍ଷରୁ କମ କାର୍ଯ୍ୟ କରିଥିବା ଅଧିକାଂଶ ଶ୍ରମିକ କର୍ମଚାରୀ ମାନେ ଏହି ୧ହଜାର ଟଙ୍କାରୁ ମଧ୍ୟ କମ ପେନସନ ପାଉଛନ୍ତି । ବର୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ପ୍ରତିଯୋଗିତା ମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କିନ୍ତୁ ଶୋଇଲା ପିଲାର ଭାଗ ନାହିଁ ନ୍ୟାୟରେ ଇ.ପି.ଏଫ ପେନସନ ଭୋଗୀ ମାନଙ୍କୁ ଦୃଷ୍ଟି ଦେଇନଥିବା ଅଭିଯୋଗ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସମସ୍ତ ଇ.ପି.ଏଫ ପେନସନ ଭୋଗୀ ମାନେ ଏକତ୍ରିତ ହୋଇ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବା ପାଇଁ ଅଲ ଓଡିଶା ଇପିଏଫ ପେନସନରର୍ସ ଆସୋସିଏସନ ଗଠନ କରିଥିବା ସୂଚନା ପ୍ରଦାନ କରିଥିଲେ । ବିଗତ ୬ ମାସ ମଧ୍ୟରେ ବିଭିନ୍ନ ସାଂଗଠନିକ ବୈଠକ, ସାଧାରଣ ସଭା ଜରିଆରେ ୬୦ରୁ ଅଧିକ ସରକାରୀ ନିଗମ,ବେସରକାରୀ ସଂସ୍ଥାର ଅବସରପ୍ରାପ୍ତ ଶ୍ରମିକ,କର୍ମଚାରୀ ବନ୍ଧୁମାନେ ଏଥିରେ ସାମିଲ ହୋଇଛନ୍ତି । ସର୍ବସମ୍ମତି ନିଷ୍ପତି ଅନୁସାରେ ଓଡିଶା ଓ ଭାରତ ସରକାରଙ୍କ ସଂଶ୍ଲିଷ୍ଟ ବିଭାଗୀୟ କର୍ତୃପକ୍ଷଙ୍କୁ ସର୍ବନିମ୍ନ ପେନସନ ୭ ହଜାର ୫ଶହ ଟଙ୍କା ଓ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ପ୍ରକୃତ ବେତନ ଆଧାରରେ ପେନସନ ଧାର୍ଯ୍ୟ କରିବା ପାଇଁ ଏବଂ ଇପିଏଫ ପେନସନଧାରୀ ମାନଙ୍କ ପାଇଁ ମୈାଳିକ ଅଧିକାର କାର୍ଯ୍ୟକାରୀ କରିବା ପାଇଁ ଆସୋସିଏସନ ପକ୍ଷରୁ ବୈଠକରେ ଦାବୀ କରାଯାଇଥିଲା । ଏହି ଦାବୀ ପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶ୍ରମମନ୍ତ୍ରୀ, ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ,କେନ୍ଦ୍ର ଶ୍ରମ ସଚିବ, ସେଟ୍ରାଂଲ ପ୍ରୋଭିଡେଟଂ ଫଣ୍ଡ କମିଶନର,ଓଡିଶାର ମାନ୍ୟବର ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଶ୍ରମମନ୍ତ୍ରୀ,ବିରୋଧି ଦଳ ନେତା,ସମସ୍ତ ରାଜ୍ୟସଭା ଓ ଲୋକସଭା ସଦସ୍ୟ ସମେତ ମୁଖ୍ୟ ଶାସନ ସଚିବ,ଶ୍ରମ ସଚିବ ଏବଂ ପ୍ରମୁଖ ରାଜନୈତିକ ଦଳର ସଭାପତି ମାନଙ୍କୁ ପ୍ରଦାନ କରାଯାଇଥିବା ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ସୂଚନା ପ୍ରଦାନ କରିଥିଲେ । ଗତ ୨.୧.୨୦୧୯ରେ ଭବିଷ୍ୟନିଧି କମିଶନର,ଓଡିଶାର ଆମନ୍ତ୍ରଣ କ୍ରମେ ଆସୋସିଏସନର ଏକ ୧୬ ଜଣିଆ ପ୍ରତିନିଧି ଦଳ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଦାବୀ ସମ୍ପର୍କୀତ ପ୍ରଥମ ପର୍ଯ୍ୟାୟରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଅବସରପ୍ରାପ୍ତ ଶ୍ରମିକ ଇ.ପି.ଏଫ ବାବଦକୁ ୭ଶହରୁ ୧ହଜାର ଟଙ୍କା ପାଉଛନ୍ତି ଯାହାକି ସମୁଦ୍ର ପାଇଁ ଶଙ୍ଖେ ପାଣି ପରି । ଏହି ସ୍ୱଳ୍ପ ଟଙ୍କାରେ ଅବସର ପରେ ପରିଣତ ବୟସରେ ନିଜେ କିମ୍ବା ପରିବାର ବଚିଂବାରେ ଦୁର୍ବୀସାର ହୋଇ ପଡିଛି । ଅନେକ ଶ୍ରମିକ ଦିନହୀନ,ଅଭାବ ଅନାଟନରେ କାଳତିପାତ କରୁଛନ୍ତି । ଅନେକ ଶ୍ରମିକ ଅନାହାରରେ ବହୁ କଷ୍ଟରେ ଚାଲୁଥିବା ଅଭିଯୋଗ ହୋଇଛି । କେତେକ ଶ୍ରମିକଏହି ଭଳି ଅବସ୍ଥାରେ ମୃତ୍ୟୁବରଣ କରିସାରିଲେଣି । ଏହି ଶ୍ରମିକ ମାନେ ଆସିକା ଆସିଷ୍ଟାଟଂ ଲେବର ଅଫିସ,ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ,ରାଜ୍ୟ ଶ୍ରମ ଅଧିକାରୀ ଏବଂ ଇ.ପି.ଏଫ ଅଧିକାରୀ ସାଙ୍ଗକୁ ସ୍ଥାନୀୟ ଅଦାଲତ,ଉଚ୍ଚ ନ୍ୟାୟାଳୟ,ରାଜ୍ୟ ଉଚ୍ଚ ନ୍ୟାୟାଳୟ,ରାଜ୍ୟ ମାନବ ଅଧିକାର କମିଶନରଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । କୈାଣସି ଉପାୟ ନପାଇ ଶେଷରେ ଶ୍ରମିକ ମାନେ ଆନ୍ଦୋଳନରେ ଓହ୍ଲାଇଥିବା ମଧ୍ୟ ଏହି ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା ।