ମର୍ମାହାତ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ଦୁଇ ଜଣ ଆହତ।

89

ଯାଜପୁର , ୦୨/୦୪/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବେଣାପୁର ଛକ ୫୩ ନମ୍ବର ରାଜପଥ ଦୈତାରୀ ରୁ ପାରାଦ୍ୱୀପ ରୋଡ଼ ରେ ଏକ ସଡ଼କ ଦୁର୍ଘଟଣା ହୋଇଛି ଏହି ଦୁର୍ଘଟଣା ରେ ଜଣେ ମୁର୍ତ୍ତୃ ବୟସ ୧୩ ବର୍ଷ ବାଳକ ର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତ୍ୱ ର ଆହତ ହୋଇ ପଡ଼ିଥିବା ସମୟରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଙ୍କ ସହଯୋଗରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ଆହତ ବ୍ୟକ୍ତି ଙ୍କ ର ସଠିକ ଠିକଣା ନ ମିଳିବାରୁ ପୋଲିସ ତଦନ୍ତ ଚଳାଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ବିଭିନ୍ନ ଫାଇନାସ ସେକ୍ଟର ରେ ଗାଡି ଋଣ ନେଇଥିବାରୁ କିଛିବ୍ୟକ୍ତି ତାଙ୍କ ଗାଡିକୁ ପିଛାକରି ଥିବାର ଦେଖି ସେ ଦୃତ ଗତିରେ ଯିବା ସମୟରେ ଏଭଳି ଦୁର୍ଘଟଣା ହୋଇଥିବାର ସ୍ଥାନୀୟ ଲୋକ କହୁଛନ୍ତି ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।