Saturday, October 10, 2026
Home ଆଞ୍ଚଳିକ ଦୁଇ ବର୍ଷ ପରେ ପିଲାଏ ପାଇଲେ ମଧ୍ୟାହ୍ନ ଭୋଜନର ସ୍ୱାଦ।

ଦୁଇ ବର୍ଷ ପରେ ପିଲାଏ ପାଇଲେ ମଧ୍ୟାହ୍ନ ଭୋଜନର ସ୍ୱାଦ।

111

ବ୍ରହ୍ମପୁର , ୦୨/୦୪/୨୨ ( ଜିଲ୍ଲା ଖବର ) : ବିଶ୍ୱ ମହାମାରୀ କରୋନା କାଳରେ ଦେଶ ର ଶିକ୍ଷା ବ୍ୟବସ୍ଥା ଭୁଶୁଡି ଯାଇଥିଲା।

ବନ୍ଦ ହୋଇଯାଥିଲା ସ୍କୁଲ ଓ କଲେଜ ପିଲାଏ ଘରେ ରହି ଅନଲାଇନ ରେ ପାଠ ପଢୁଥିଲେ, ।

ତା ସହିତ ବନ୍ଦ ହୋଇଯାଥିଲା ମଧ୍ୟାହ୍ନ ଭୋଜନ , ବର୍ତମାନ କରୋନା ଦୁରେଇ ଯାଇଛି ଖୋଲିଛି ସ୍କୁଲ କଲେଜ। ପିଲାଏ ଏବେ ସ୍କୁଲ ମୁଁହା, ଦୁଇ ବର୍ଷ ପରେ ଆଜି ପୁଣି ଆରମ୍ଭ ହେଲା ମଧ୍ୟାହ୍ନ ଭୋଜନ।

ଆସ୍କାରୋଡ଼ ସ୍ଥିତ ଗ୍ରାମଦେବତୀ ସାହିର ନୋଡାଲ ଅପରପ୍ରାଇମେରୀ ସ୍କୁଲ ଠାରେ ମଧ୍ୟ ଆଜି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରସା ଯାଇଛି। ଏହି ସମୟ ଦେଖିବାକୁ ମିଳିଛି ପିଲାଏ ଧାଡି ବନ୍ଧୀକି ମଧ୍ୟାହ୍ନ ଭୋଜନ ନେବାଠୁ ଧାଡି ରେ ବସିକି ଖାଇବା ପର୍ଯ୍ୟନ୍ତ ଓ କିଛି ଅଭିଭାବକ ନିଜ ଛୁଆଙ୍କୁ ଖୁଆଇ ଦେଉଥିବାର ଦୃଶ୍ୟ ଦେଖିବା ଲୋକଙ୍କୁ ବହୁତ ଆନନ୍ଦ ଦେଉଥିଲା । ଏଥିରେ ସ୍କୁଲ ପ୍ରଧାନଶିକ୍ଷକ, ସହ ଶିକ୍ଷକ, ଅଭିଭାବକ ମାନେ ଓ ସ୍କୁଲ ପରିଚାଳନା କମିଟି ଉପସ୍ଥିତ ରହିଥିଲେ।