
ଭଞ୍ଜନଗର , ୦୧/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ର ବିଭିନ୍ନ ଅନୁଷ୍ଠାନ ତରଫରୁ ୮୬ ତମ ଉତ୍କଳ ଦିବସ ପାଳନ ହୋଇଯାଇଛି।


ବାଉଁସଲଉଣ୍ଡି ରାଧା କୃଷ୍ଣ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ ହୋଇଥିଲା।



ପାଠାଗାର ର ସମସ୍ତ ସଭ୍ୟ ନଗର ଭ୍ରମଣ ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ଲୋଗାନ ଦେଇଥିଲେ।



ସହର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଥିଲା।


ରାଧାକୃଷ୍ଣ ପଠାଗାର ର ଉପ ସଭାପତି ନିରଞ୍ଜନ ପ୍ରଧାନ ,ଆଇନଜୀବୀ ଅଭିମନ୍ୟୁ ଗୌଡ଼, ସମାଜସେବୀ ଭଞ୍ଜ କିଶୋର ପ୍ରଧାନ,ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ପଦ୍ମ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।


