Thursday, November 12, 2026
Home ଆଞ୍ଚଳିକ ୮୭ ତମ ପୋଲିସ ଦିବସ ଭାମିନି ଦ୍ଵିତୀୟ ରିଜେର୍ଭ ବାଟାଲିୟନ ରେ ଓଡିଶା ପୋଲିସ ପ୍ରତିଷ୍ଠା...

୮୭ ତମ ପୋଲିସ ଦିବସ ଭାମିନି ଦ୍ଵିତୀୟ ରିଜେର୍ଭ ବାଟାଲିୟନ ରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ।

62

ରାୟଗଡା , ୦୧/୦୪/୨୨ ( ଜିଲ୍ଲା ଖବର ) : ଆଜି ରାୟଗଡା ଜିଲ୍ଲାର ଜିଲ୍ଲା ସଦର ମହାକୁମା ଏବଂ ଗୁଣୁପୁର ର ଭାମିନି ଠାରେ ଭାରତ ସରକାରଙ୍କ ଦ୍ଵିତୀୟ ଆଇ ଆର ବି ଏନ ରେ ୮୭ ତମ ଓଡିଶା ପୋଲିସ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଅବସର ରେ ଭାମିନି ର ଦ୍ବିତୀୟ ଆଇ ଆର ବି ଏନ ର କମାଣ୍ଡେଣ୍ଟ ଦିଲୀପ ମହାପାତ୍ର ଶହୀଦ ପୋଲିସ ଙ୍କୁ ପୁଷ୍ପଗୁଚ୍ଛ ଏବଂ ସଳାମୀ ଦେବା ସହ ଆୟୋଜିତ ପେରେଡ ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ଚାରି ଜଣ ପୋଲିସ ଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।

ଏହି ସମାରୋହ ରେ ସ୍ଥାନୀୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ପଟେ ରାୟଗଡା ଜିଲ୍ଲା ସଦର ମହାକୁମା ରେ ଜିଲ୍ଲାପାଳ ସରୋଜ ମିଶ୍ର , ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ରାୟଗଡା ଜିଲ୍ଲାରେ ଏବଂ ଗୁଣୁପୁର ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଉତ୍କଳ ଦିବସ ରେ ଅତିଥି ଭାବେ ଗୁଣୁପୁର ତହସିଲଦାର ଶରତ ନାୟକ, ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ନାୟକ ରଶ୍ମି ନିମାକା ପ୍ରମୁଖ ଯୋଗ ଦେଇ ଉତ୍କଳ ଦିବସ ର ମହତ୍ୱ ଏବଂ ତତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଆୟୋଜିତ ସଭାରେ ଛୋଟ ଶିଶୁଙ୍କ ଦ୍ୱାରା ଓଡିଶୀ ନୁର୍ତ୍ୟ କରାଯାଇ ଥିଲା । ସଭା କାର୍ଯ୍ୟ ଅନନ୍ତ ପାତ୍ର ପରିଚାଳନା କରିଥିଲେ ।

ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।