ଉତ୍କଳ ଦିବସ ପାଳନ ୦୧ ଏପ୍ରିଲ ୨୦୨୨ ଓ ସ୍ବଚ୍ଛତା ହିଁ ସେବା ।

134


ଧରାକୋଟ , ୦୧/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ନିର୍ଦେଶ କ୍ରମେ ଧରାକୋଟ ବାଲ୍ମୀକେଶ୍ଵର ଅନାଥ ଆଶ୍ରମ ସୋସାଇଟୀ, ଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍କଳ ଦିବସ ପାଳନ ସମାରୋହ କରାଯାଇଅଛି । ଅନ୍ତେବାସୀଙ୍କ ମଧ୍ୟରେ ଭାଷଣ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗୀତା ଆୟୋଜନ କରଯାଇଥିଲା । ସ୍ଵଭାବ କବି ଗଙ୍ଗାଧର ମେହରଙ୍କ ରଚିତ “ମାତୃଭୂମି ମାତୃଭାଷାର ମମତା ଯା’ ହରୁଡେ ଜନମି ନାହିଁ , ତାକୁ ଯେବେ ଜ୍ଞାନୀଗଣରେ ଗଣିବା, ଅଜ୍ଞାନୀ ରହିବେ କାହିଁ “ ବ୍ୟାସ କବି ଫକିର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ କାବ୍ୟ ଆଲୋଚନା କରଯାଇଥିଲା ।

ଏହି ଅବସରରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଏକ ସାଧାରଣ ସଭା ଆୟୋଜନର ପ୍ରାରମ୍ଭରେ ଶିଶୁ କନ୍ୟମାନଙ୍କ ଦ୍ଵାରା “ବନ୍ଦେ ଉତ୍କଳ ଜନନୀ” ଓ ସ୍ଵାଗତ ସଙ୍ଗୀତ ଗାନ କରଯାଇଥିଲା । ସୁନ୍ଦର ସ୍ୱାସ୍ଥ୍ୟ ଉପରେ ଏକ ବିତର୍କ ପ୍ରତିଯୋଗୀତାରେ ପରିବେଶ ସଫା ରଖିବା ସହ ସ୍ୱାସ୍ଥ୍ୟର ଯତ୍ନ “ସ୍ବଚ୍ଛତା ହିଁ ସେବା”ଉପରେ ଆଲୋଚନା କରଯାଇଥିଲା ।


ଆଶ୍ରମର ପରିଚାଳକ କେ.ଟୁନା ଦୋରାଙ୍କ ସଭା ପରିଚାଳନରେ ସଭାରେ ମୁଖ୍ୟ ଅତିଥି ଭାବେ ଧରାକୋଟ ତହସିଲଦାର ଶ୍ରୀ କବିରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୟ କୁମାର ପାଢୀ , ପରିବିକ୍ଷଣ ଅଧିକାରୀ ପ୍ରସାଦ କୁମାର ଗୌଡ, ଆଶ୍ରମର ପି. ଗୀତାଞ୍ଜଳି ଦୋରା , ଶିଶିର କୁମାର ରାଜ, ପ୍ରଭାସିନୀ ସ୍ଵାଇଁ, କାଳିଆ ବେହେରା, ସୁନୀଲ ଚନ୍ଦ୍ର ସ୍ଵାଇଁ ଯୋଗଦାନ କରି ଉତ୍କଳ ଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ । ଶେଷରେ ଶିଶିର କୁମାର ରାଜ ଧନ୍ୟବାଦ ଅର୍ପଣା କରିଥିଲେ ଓ ପରିଚାଳକ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରିଥିଲେ ।