20

ଆସିକା, (ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନ ହଲ ଖେଳ ପଡିଆ ଠାରେ ଅନୁଷ୍ଠିତ ମା ଖମ୍ବେଶ୍ୱରୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ ତୃତୀୟ ଦିବସରେ ପହଁଚିଛି । ଆଜି ପୂର୍ବାହ୍ନ ମ୍ୟାଚରେ ଗୋଳାବନ୍ଧ ଭଲିବଲ ଦଳ ସହିତ ବ୍ରହ୍ମପୁର ପାୱାର ସିକ୍ସ ଭଲବଲ ଦଳ ଏବଂ ଅପରାହ୍ନ ମ୍ୟାଚରେ ରାଇକିଆ ଭଲିବଲ ଦଳ ସହିତ ଅଡବା ଭଲିବଲ ଦଳ ମଧ୍ୟରେ ଅନୁଷ୍ଠୀତ ହୋଇଯାଇଛି । ଏହି ଅବସରରେ ଗୋଳାବନ୍ଧ ଭଲିବଲ ଦଳ ଟସ ଜିତ ସର୍ଭିସ ଆରମ୍ଭ କରିଥିଲେ ।

ବ୍ରହ୍ମପୁର ପାୱାର ସିକ୍ସ ଭଲିବଲ ଦଳ ୨-୦ ପଏଟଂ ହାସଲ କରି ବିଜୟୀ ହୋଇଥିବା ବେଳେ ଗୋଳାବନ୍ଧ ଭଲିବଲ ଦଳ ପରାଜୟ ହାସଲ କରିଥିଲେ । ଏହି ମ୍ୟାଚରେ ପାୱାର ସିକ୍ସ ଭଲିବଲ ଦଳର ଖେଳାଳୀ ସୂର୍ଯ୍ୟ ପୃଷ୍ଟିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇ ଥିଲା । ସେହିପରି ଅପରାହ୍ନ ମ୍ୟାଚରେ କନ୍ଧମାଳ ଜିଲ୍ଲାର ରାଇକିଆ ଭଲିବଲ ଦଳ ସହିତ ଅଡବା ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରାଇକିଆ ଭଲିବଲ ଦଳ ୨-୧ ପଏଟଂରେ ବିଜୟୀ ହୋଇଥିବା ବେଳେ ଅଡବା ଭଲିବଲ ଦଳ ପରାଜୟ ହୋଇଥିଲେ । ଏହି ମ୍ୟାଚରେ ସେମସାନ ନାୟକ ମ୍ୟାଚ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚରେ ରେଫରୀ ଦାୟିତ୍ୱରେ ରାମକୃଷ୍ଣ ଭଞ୍ଜ ଓ ବିଜୟ କୁମାର ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଦାୟିତ୍ୱରେ ରାକେଶ ବେହେରା, ସଂଗ୍ରାମ ସ୍ୱାଇଁ, ବୁଜେନ୍ଦ୍ର ରାଓ ଏବଂ ଧାରାବିବରଣୀ ଦାୟିତ୍ୱରେ ବଳରାମ ପୋଲାଇ ଦାୟତ୍ୱ ତୁଲାଇଥିଲେ ।

ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ମ୍ୟାଚରେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜକ ଆସିକା ଆଥଲେଟିକ ଆସୋସିଏସନ ଟାଉନହଲ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ଉପଢୈାକନ ପ୍ରଦାନ କରାଯାଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଆସିକା ବିଜେଡି ନେତା ନଚିକେତା ସ୍ୱାଇଁ, ଆସିକା ଏସିଏମପିସିଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା,ବଡଖୋଲି ସରପଚଂ ପ୍ରତିନିଧି ନାଗାର୍ଜୁନ ବିଷୋୟୀ, ଖଣ୍ଡଦେଉଳି ସରପଚଂ ନିଳାମ୍ବର ସ୍ୱାଇଁ, ପାଣ୍ଡିଆପଥର ସରପଚଂ ନିଳାଚଂଳ ଗୈାଡ, ଆଲିପୁର ସରପଚଂ ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଦ୍ୱାରା ବିଶିଷ୍ଠ ଖେଳାଳୀ ତଥା ପୂର୍ବତନ ରାଜ୍ୟ ଖେଳାଳୀ ଖଲ୍ଲୀକୋଟ ଅଚଂଳର ଗୈାରୀ ନାୟକଙ୍କୁ ପୁଷ୍ପଗୁଛ ଦେଇ ଉପଢୈାକନ ପ୍ରଦାନ କରି ସମ୍ଭର୍ଦ୍ଧନା କରିଥିଲେ ।

ଏହି ମ୍ୟାଚରେ ଆସିକା ରାଜା ଫଟୋ ଷ୍ଟୁଡିଓ ମାଲିକ ତଥା ପୂର୍ବତନ ଖେଳାଳି ରବି ସ୍ୱାଇଁ,ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ସଭାପତି ଦିଲ୍ଲୀପ କୁମାର ପାଣୀଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡି(ଚିନ୍ନା),ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି, କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା, ଖେଳାଳି ଚକ୍ରଧର ମିଶ୍ର(ବୀର),ଏସ.କାମେଶ୍ୱର ପ୍ରମୁଖ ଯୋଗ ଦେଇ ଖେଳ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।