
ଧରାକୋଟ , ୦୧/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତରର୍ଗତ ବଡ଼ଗଡ଼ ଥାନା ଖାରିଗୁମl ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମ ନିକଟ ଜଙ୍ଗଲ ରେ ଥିବା ଏକ ପରିତ୍ୟକ୍ତ କୂଅରୁ ଯୁବତୀର ଗଳିତ ଶବ ଉଦ୍ଧାର ।


ମୃତ ଯୁବତୀ ଜଣକ ହେଲେ ରଙ୍କନିଧି ଗୌଡ଼ଙ୍କ ସାନ ଝିଅ ଅଭାବନୀ ଗୌଡ଼।ସୂଚନା ମୁତାବକ ସୋମବାର ଦିନ ରାତିରେ ସାନ ଝିଅ ଘରେ ଖାଇପିଇ ଶୋଇଥିଲେ ।

ଘରଲୋକେ ବିଳମ୍ବିତ ରାତିରେ ଦେଖିଲା ବେଳେ ଝିଅ ଘରେ ନାହିଁ । ମଙ୍ଗଳବାର ଦିନ ବଡଗଡ଼ ଥାନାରେ ବାପା ରଙ୍କନିଧି ତାଙ୍କ ଝିଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ ।

ଏତଲାକୁ ଭିତି କରି ବଡଗଡ଼ ପୋଲିସ ଚାରି ଆଡ଼େ ଖୋଜାଖୋଜି କରିବା ପରେ କୂଅରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅରୁ ମୃତଦେହ କୁ ଉଦ୍ଧାର କରିଛନ୍ତି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଆସ୍କା ଏସ୍ଡିପିଓ,ଆଡ଼ିସିନlଲ ଏ.ସି. ପି ବଡ଼ଗଡ଼, ଧରାକୋଟ, ସୋରଡ଼ା,ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ଆସ୍କା ମେଡିକାଲକୁ ପଠାଇ ତନଘନା ଜାରି କରୁଛି ।

ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।



