
ଜଗନ୍ନାଥପ୍ରସାଦ, ୦୧/୦୪/୨୨ ( ଜିଲ୍ଲା ଖବର ) : ଜଗନ୍ନାଥପ୍ରସାଦ ବ୍ଲକ ର ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ସ୍ୱାମୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ପାକୁ ବୟସ ୩୮ ଗତକାଲି ଏକ ଭୋଜି କୁ ଯାଇଥିଲେ । ଭୋଜି ଖାଇ ଆସି ରାତିରେ ଶୋଇଥିଲେ । କିନ୍ତୁ ରାତ୍ର ୨ ରେ ପାଟିରୁ ଫେଣ ଦେଖି ଘର ଲୋକେ ତାଙ୍କୁ ଭଞ୍ଜନଗର ଡାକ୍ତର ଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏକଥା ଶୁଣି ଜଗନ୍ନାଥପ୍ରସାଦ ବ୍ଲକ ର ହଜାର ହଜାର ଲୋକ ଭଞ୍ଜନଗର ଡାକ୍ତରଖାନ ରେ ପହଞ୍ଚି ଥିଲେ। ତାଙ୍କ ପରିବାର ବିଜେଡ଼ି ଦଳ ପାଇଁ ଓ ଅଞ୍ଚଳ ପାଇଁ ବହୁତ ଜନହିତ କାର୍ଯ୍ୟ କରିଥିଲେ। ହିମାଂଶୁ ଙ୍କ ମା ମଧ୍ୟ ପୂର୍ବରୁ ଅଧ୍ୟକ୍ଷ ପଦବୀ ତୁଲାଇଥିଲେ।ମୃତ ଖବର ଶୁଣି ମାନ୍ୟବର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦୁଃଖ ପ୍ରକାଶ କରିଥିଲେ।ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କେହି ହୃଦଘାତ ହୋଇ ଥିବା ବେଳେ କେତେକ ଖାଦ୍ୟ ବିଷାକ୍ତ ଯୋଗୁଁ ହୋଇଥାଇପାରେ ବୋଲି କହୁଛନ୍ତି । କିନ୍ତୁ ପ୍ରକୃତ ତଥ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡିବ। ଭଞ୍ଜନଗର ଥାନା ତଦନ୍ତ ଚଳାଇଛି।



