
ଆସିକା , ୩୧/୦୩/୨୨ (ଜିଲ୍ଲା ଖବର) : ସ୍ଥାନୀୟ ହରିହର ହାଇ ସ୍କୁଲ ପଡ଼ିଆରେ ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଡ଼ ଏବଂ ଗାଇଡ଼ ପକ୍ଷରୁ ତିନି ଦିନିଆ ୨୭ ତମ ଜିଲ୍ଲା ସ୍ତରୀୟ କ୍ୟାମ୍ପ “ସ୍ପନ୍ଦନ “ଉଦଘାଟନ ହୋଇ ଯାଇଛି।


ସ୍କାଉଡ଼ ଗାଇଡ଼ର ସେବା ମନୋଭାବ ଓ ବିଭିନ୍ନ ସ୍ଵେଛାକୃତ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଅଥିତି ମାନେ ଭୂୟସୀ ପ୍ରଶଂସା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଡ଼ ୨୭୦ , ଗାଇଡ଼ ୧୯୫ , ସ୍କାଉଡ଼ ମାଷ୍ଟର ୩୭ , ଗାଇଡ଼ କ୍ୟାପଟେନ ୨୭ ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ବିଡ଼ିଓ ରୋଶନ କୁମାର ଶତପଥି,ଏନ ଏ ସି କାର୍ଯ୍ୟନିର୍ବାହ ଅଧିକାରୀ ଲୋକନାଥ ବେଜ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ପ୍ରଧାନ, ପବିତ୍ର ମୋହନ ସାହୁ ଉପସ୍ଥିତ ଥିଲେ।

ସ୍କାଉଟ ଗାଇଡ ଜିଲ୍ଲା କମିଶନର ତଥା ଶିକ୍ଷା ଅଧିକାରିଣୀ ଶାନ୍ତିଲତା ମୁନି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ନିମନ୍ତ୍ରିତ ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ,ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।



