Sunday, October 11, 2026
Home ଆଞ୍ଚଳିକ ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ...

ଗୋକର୍ଣ୍ଣିକା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ପାଳ ବିଶ୍ୱଭୂଷଣ ହରିଚନ୍ଦନ।

134

ଧର୍ମଶାଳା, ୩୧/୦୩/୨୨ ( ଜିଲ୍ଲା ଖବର ) : ଗୋକର୍ଣ୍ଣିକା ସାହିତ୍ୟ ସମାଜ ଜାରକା ପକ୍ଷରୁ ବିଷୁବ ମିଳନ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ l ପ୍ରଥମେ ଓଡ଼ିଆ ଜାତି ର ଅସ୍ମିତା ତଥା ପରମ ଆରାଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣ କମଳରେ ଭକ୍ତି ଅର୍ଘ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମ କୁ ସୁଭରମ୍ଭ କରିଥିଲେ।


ଏହି ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରା ଓ ବୀର ପାଇକ ମାନଙ୍କର ଅବଦାନ ହିଁ ଏଇ ମାଟିକୁ ଗୌରବ କରିଛି,କିନ୍ତୁ ଆଜିର ସମାଜ ର ଉତ୍ତର ଦାୟାଦ ମାନେ,ସଂସ୍କୃତି, ସାହିତ୍ୟ ଓ ନିଜର ପୂର୍ବ ପୁରୁଷ ମାନଙ୍କ ଗର୍ବିତ କୀର୍ତ୍ତି କୁ ଆଜି ଭୁଲି ଯିବାକୁ ବସିଛନ୍ତି l ତେଣୁ ଭାରତ ର ସ୍ୱାଧୀନତା ସଂଗ୍ରାମରେ ଏହି ପବିତ୍ର ମାଟିକୁ ଆମର ପୂର୍ବଜ ବୀର ପୁତ୍ର ସ୍ୱାଧୀନତା ସଂଗ୍ରାମୀ ମାନେ ଏ ଜାତି ଓ ଦେଶ ପାଇଁ ଆଜି ଏହି ମାଟିକୁ ଓ ଓଡ଼ିଆ ଜାତିକୁ ଗର୍ବ ଓ ଗୌରବ ଆଣି ଦେଇଛି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା,ଡକ୍ଟର ବିଜୟା ନନ୍ଦ ସିଂ, ଗୋକର୍ଣ୍ଣିକା ସଭାପତି ରମାକାନ୍ତ ଜେନା,ସମ୍ପାଦକ ଡକ୍ଟର ବିଜୟ ନନ୍ଦ ସିଂ ସହ ସମ୍ପାଦକ ହୃଷୀକେଶ ସାହୁ ସହିତ ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଏବଂ ଛ ଜଣ ତଥା, କବି ବିଷ୍ଣୁ ସେଠି, କବି ଡ. ହରିଶ ଚନ୍ଦ୍ର ବେହେରା, କବି ଡ. ନାରାୟଣ ପଣ୍ଡା,ଶ୍ରୀଯୁକ୍ତ ଅଦିତ କୁମାର ପାଲ (ଏ ଭି ପି ରାମକୋ ), ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ସାହୁ ଓ ଅନ୍ତର୍ଜାତୀୟ କୃତି ଛାତ୍ର ଶ୍ରୀମାନ ତଏସ ପରିହାରୀ ଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିବା ଦେଖିବାକୁ ମିଳିଛି।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।