
ବୁଗୁଡା , ୩୧/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିର ବିଜେଡିର ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ବିଜୟୀ ପରେ ଆଜି ସେ ସମସ୍ତ ବିଜେତା କାଉନସିଲରଙ୍କ ସହ ଏନ୍ଏସି କାର୍ଯ୍ୟାଳୟକୁ ଗୃହ ପ୍ରବେଶ କରିଛନ୍ତି।

ପ୍ରଥମେ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲରଙ୍କୁ ଫୁଲତୋଡା ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଶ୍ରୀଯୁକ୍ତ ପ୍ରଧାନ ନିର୍ବାଚନ ଅଧିକାରୀ ତଥା ତହସିଲଦାରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।

ବୁଗୁଡ଼ା ଏନ୍ଏସି ୧୩ଗୋଟି ୱାର୍ଡ଼ ମଧ୍ୟରୁ ୧୧ଗୋଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ବେଳେ ସେହି ୧୧ଜଣ କାଉନସିଲର ମାନେ ହିଁ ଅଂଶଗ୍ରହଣ କରିଥିଲେ ଏବଂ ୨ଜଣ କାଉନସିଲର ବିଜେପି ବିଜୟୀ ହୋଇଛନ୍ତି ସେହି କାଉନସିଲର ୨ଜଣ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ଏହି ଅବସରରେ ସ୍ଥାନୀୟ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ୟ ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଉତ୍ସବରେ କେ ତ୍ରିଲୋଚନ ଦୋରା,ସୁଧାଂଶୁ ଶେଖର ପାଢୀ ପ୍ରମୁଖ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।


ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା


