Sunday, November 15, 2026
Home ଆଞ୍ଚଳିକ ଦିବ୍ୟାଙ୍ଗ ମେଧାବୀ ଛାତ୍ରୀ ଙ୍କୁ ହୁଇଲ ଚେୟାର ବଣ୍ଟନ କଲେ ସହପାଠୀ ଏବଂ ମହାବୀର ଯୁବ...

ଦିବ୍ୟାଙ୍ଗ ମେଧାବୀ ଛାତ୍ରୀ ଙ୍କୁ ହୁଇଲ ଚେୟାର ବଣ୍ଟନ କଲେ ସହପାଠୀ ଏବଂ ମହାବୀର ଯୁବ ସଂଗଠନ।

417

ଶେରଗଡ଼ , ୩୧/୦୩/୨୨ ( ଜିଲ୍ଲା ଖବର ) : ପ୍ରିୟଙ୍କା ସାହୁ,ପ୍ଲସ ଟୁ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ର ଜଣେ ଦିବ୍ୟାଙ୍ଗ ମେଧାବୀଛାତ୍ରୀ |

ପ୍ରତିଦିନ ଘରୁ ବସ ଯୋଗେ ଘରୁ କଲେଜ ଆସି ରାସ୍ତା ଉପରେ ଘୋଷାରି ଘୋଷାରି ହୋଇ କ୍ଲାସ ରୁମ ଯାଉଥିଲେ |

ଆଉ ଏହି ଦୃଶ୍ୟ କୁ ସହ୍ୟ କରିପାରିନଥିଲେ ସହ ପାଠୀ ଏବଂ ଶେରଗଡ଼ ମହାବୀର ଯୁବ ସଂଘଠନ |

ଯାହାଙ୍କ ମିଳିତ ଉଦ୍ୟମରେ ଆଜି ଶେରଗଡ଼ କଲେଜ ମିଟିଙ୍ଗ ହଲରେ ଏକ ଭବ୍ୟ ଆୟୋଜନ କରି ପ୍ରିୟଙ୍କା ସାହୁ ଙ୍କୁ ଏକ ହୁଇଲ ଚେୟାର ଏବଂ କିଛି ପାଠ୍ୟ ପୁସ୍ତକ ପ୍ରଦାନ କରି ଥିଲେ |

ଏହିଭଳି ମହତ ଉଦେଶ୍ୟ ରଖି ମହାବୀର ଯୁବ ସଂଗଠନ ର ଭଗବାନ ଡାକୁଆ, ଲିପୁ ନାୟକ, ପିଣ୍ଟୁ ଗୌଡ଼, ସିଦ୍ଧାର୍ଥ ସେଠି, ସୁନାମ ତ୍ରିପାଠୀ, ଟିଲୁ ପାତ୍ର ଏବଂ

କଲେଜ ଛାତ୍ର ଶିବପ୍ରସାଦ ବଡ଼ତ୍ୟା, ଶିବାନନ୍ଦ ବାଡ଼ତ୍ୟା, ବସନ୍ତ ବାଡ଼ତ୍ୟା ମିଳିତ ଉଦ୍ୟମରେ ଆଜି ଏହି ମହାନ କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରିୟଙ୍କା ସାହୁ |

ଶେରଗଡ଼ କଲେଜ ଅଧକ୍ଷ୍ୟ ଉପେନ୍ଦ୍ର ବାଡ଼ତ୍ୟା ଶିଶିର କାନ୍ତ ତ୍ରିପାଠୀ,କାଁହୁ ଚରଣ ଲେଙ୍କା, ମନୋଜ ପଣ୍ଡା, ଉପସ୍ଥିତ ଥିଲେ |