
ଭଞ୍ରଜନଗର ( ଜିଲ୍ଲାା ଖବର ) : ରବିବାର ଦିନ ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ର ୫ମ ବାର୍ଷିକ ଉତ୍ସବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ାଏଥିରେ ସଭାପତି ଶ୍ରୀ କୃତ୍ତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ,ସଂପାଦକ ସନ୍ତୋଷ ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ ାଏଥିରେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ରୂପେ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସାହିତ୍ୟ କିପରି ସମାଜ ର ଦର୍ପଣ ଏବଂ ଓଡିଆ ଭାଷାର ପ୍ରଚାର,ପ୍ରସାର ତଥା ସୁରକ୍ଷା ପାଇଁ ସମ୍ବାଦ ସାହିତ୍ୟ ଘରର ଭୂମିକା ତଥା ସାଂପ୍ରତିକ ପରିବର୍ତ୍ତନଶୀଳ ପୃଥିବୀରେ ଜଣେ ସାହିତ୍ୟିକ ଙ୍କ କର୍ତ୍ତବ୍ୟକୁ ବର୍ଣ୍ଣନା କରିଥିଲେ ାଏହି ଅବସରରେ ଭଞ୍ଜଭୂମି କୁଲାଡ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଠ ସମାଜସେବୀ ଶ୍ରୀ ଅନ୍ତର୍ଯ୍ୟାମୀ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ା ଭଞ୍ଜନଗର ବ୍ଳକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡିକରୁ ଜଣେ ଲେଖାଏଁ ସର୍ବଗୁଣ ସଂପର୍ଣ୍ଣ ଛାତ୍ର ଓ ଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା ା ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥୀ ରୂପେ ଉପଦେଷ୍ଟା ମନୁନନ୍ଦ ପତି,ଶୂଳପାଣି ଶତପଥୀ,ଉପ ସଭାପତି ନେତାଜୀ ବିଷୋୟୀ,ସଂପାଦକ ସଂତୋଷ ଜେନା,ସହ ସଂପାଦକ ଡ. ଗୁରୁମୁର୍ତ୍ତି ନାୟକ,କୋଷାଧ୍ୟକ୍ଷ ତ୍ରିନାଥ ବେହେରା ,ସାଂସ୍କୃତିକ ସଂପାଦକ ଅଶୋକ ସ୍ବାଇଁ,ସାଂସ୍କୃତିକ ସଂପାଦକା ରୀତାରାଣୀ ମହାପାତ୍ର,ଜୋତ୍ସ୍ନା ଦେବୀ, ସଂଗଠନ ସଂପାଦକ ଜ୍ଞାନଚାନ୍ଦ ଜଗନ୍ନାଥ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ ାଏହି ଅବସରରେ ସାହିତ୍ୟ ଘରର ସଦସ୍ୟ ମାନଙ୍କ ସ୍ବରଚିତ କବିତା,ଗଳ୍ପ,ପ୍ରବନ୍ଧ ଆଦିକୁ ନେଇ ମୁଖପତ୍ର.. ଘୁମୁସର ପତ୍ରିକା …ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ା ଶେଷରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ତଥା ସାହିତ୍ୟ ଘର ର ଜଣେ ବରିଷ୍ଠ ସଭ୍ୟ ଜଗବନ୍ଧୁ ଜେନାଙ୍କ ପୌରହିତ୍ୟରେ ଅଧ୍ୟାପିକା ସୁଜାତା ସିଂ ଙ୍କ ସଂଯୋଜନାରେ ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ାଦୁଇ ଜଣ ଭାଗ୍ୟଶାଳୀ ବିଜେତା ଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ା କଣ୍ଠ ଶିଳ୍ପୀ ଗୀତାଞ୍ଜଳୀ ମହାରଣା , ମମତା ମହାପାତ୍ର,ଜୋତ୍ସ୍ନା ଦେବୀ, ସଂଗୀତ ଗୁରୁ ଅଶୋକ ସ୍ବାଇଁ ଓ ତବଲା ବାଦକ ଦୁର୍ଗା ମାଧବ ଦାସ ପ୍ରମୁଖ ସମ୍ବାଦ ସାହିତ୍ୟ ଘରର ସଦସ୍ୟଗଣ ଭଞ୍ଜ ସଂଗୀତ ପରିବେଷଣ କରିଥିଲା ବେଳେ ଅନ୍ୟତମ ସଦସ୍ୟ ଶଙ୍କର୍ଷଣ ତ୍ରିପାଠୀ ସ୍ବରଚିତ ଶିଶୁ କବିତା ପଠନ ସହ ସାହିତ୍ୟ ଘରର ମହତ୍ତ୍ବ ବଖାଣିଥିଲେ ା ଶେଷରେ ସହ ସଂପାଦକ ଗୁରୁମୁର୍ତ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ାଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ସମସ୍ତ ସଦସ୍ୟ,ସଦସ୍ୟାଗଣ ଉପସ୍ଥିତ ରହି ସହଯୋଗ କରିଥିଲେ ା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ର,ଛାତ୍ରୀ ଉପସ୍ଥିତ ରହିଥିବା ବେଳେ ଭଞ୍ଜନଗର ଅଞ୍ଚଳରୁ ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କ ସମେତ ବୁଦ୍ଧିଜୀବି ମାନଙ୍କ ଅପୂର୍ବ ସମାବେଶ ପରିଲକ୍ଷିତ ହୋଇଥିଲା ାା
ରିପୋର୍ଟ ରତ୍ନାକର ଶିଅ



