
ନବରଙ୍ଗପୁର , ୩୦/୦୩/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ପୌରପରିଷଦର ନୂତନ ପୋୖରାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କୁନୁ ନାୟକ ।


ଅଧ୍ୟକ୍ଷ କୁନୁ ନାୟକ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀ ଓ ସମର୍ଥକ ଙ୍କ ଗହଣ ରେ ଆସି ଦାୟିତ୍ୱ ଗ୍ରହଣ କରି ଅଧ୍ୟକ୍ଷ ଆସନ ରେ ବସିଥିଲେ ।


ଦାୟିତ୍ୱ ଗ୍ରହଣ କରିବା ପରେ କୁନୁ ନବରଙ୍ଗପୁର ସହର ର କୁ ସୁନ୍ଦର ଭାବେ ଗଢି ତୋଳିବା ସହ ଅଧପନ୍ତରିଆ କାମ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ସହରର ପରିମଳ ବ୍ୟବସ୍ଥା କୁ ପ୍ରାଥମିକତା ଭିତ୍ତିରେ ସୁଧାରିବେ ବୋଲି ପ୍ରକାଶ କରିଛନ୍ତି ।



ସଦ୍ୟ ସମାପ୍ତ ପୌରପାଳିକା ନିର୍ବାଚନ ରେ ବିଜେଡିର ଭୀମ ହରିଜନ ଙ୍କୁ ପରାସ୍ତ କରି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ର କୁନୁ ନାୟକ ।



