Wednesday, October 14, 2026
Home ଆଞ୍ଚଳିକ ଜିଲ୍ଲା ରେ ସର୍ବାଧିକ ମାଗଣା ଲାପଟୋପ ପାଇବାରେ ମହର୍ଷି ଗୁରୁକୁଳ ପ୍ରଥମ।

ଜିଲ୍ଲା ରେ ସର୍ବାଧିକ ମାଗଣା ଲାପଟୋପ ପାଇବାରେ ମହର୍ଷି ଗୁରୁକୁଳ ପ୍ରଥମ।

95

ଓଡିଶା ସରକାରଙ୍କ ବିଜୁ ଯୁବ ସଶକ୍ତିକରଣ ଯୋଜନା ଜରିଆରେ ଓଡ଼ିଶାର +2 ଉତ୍ତୀର୍ଣ୍ଣ ୧୫୦୦୦ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମାଗଣାରେ ଗୋଟିଏ ଗୋଟିଏ ଲାପଟାପ ଦିଆଯାଉଛି । ସେଇଥିରେ ଗତକାଲି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରୁ ଜିଲ୍ଲା ସ୍ତରିୟ କଳା, ବିଜ୍ଞାନ, ଓ ବାଣିଜ୍ୟ ପାଇଁ ଅଲଗା ଅଲଗା ତାଲିକା ପ୍ରକାଶ ପାଇଛି । ସେହି ତାଲିକାରେ ସବୁ ବର୍ଷ ଭଳି ଗୁଣୁପୁର ର ମହର୍ଷି ଗୁରୁକୁଳ ର ଛାତ୍ର ଛାତ୍ରୀ ମାନେ ଅତ୍ୟଧିକ ସ୍ଥାନ ପାଇଛନ୍ତି । ମୋଟ ଉପରେ ସାଧାରଣ ବର୍ଗ ପାଇଁ ୫୧ ରୁ ମହର୍ଷି ଗୁରୁକୁଳ ରୁ ୩୦ ଓ ଅନୁସୂଚିତ ଜାତି ରୁ ୨୪ ରୁ ମହର୍ଷି ଗୁରୁକୁଳ ରୁ ୧୧ ଓ ଜିଲ୍ଲାର ସର୍ବମୋଟ ୧୩୪ ଟି ରୁ ମହର୍ଷି ଗୁରୁକୁଳ ରୁ ଏକାକ ୧୪୪ ଟି ଛାତ୍ର ଛାତ୍ରୀ ମାଗଣା ଲାପଟାପ ପାଇଛନ୍ତି । ତା ସହିତ ସ୍ଥାନୀୟ ଗୁଣୁପୁର ର ବଂଶଧାରା କଲେଜ ରୁ ୭ ଜଣ , ଶାନ୍ତିନିକେଟନ କଲେଜ ରୁ ୫ ଜଣ , ଗୁଣୁପୁର କଲେଜ ରୁ ୨ ଜଣ +2 ବିଜ୍ଞାନ ପାସ ହୋଇଥିବା ପିଲା ଚଳିତ ବର୍ଷ ଏହି ମାଗଣା ଲାପଟୋପ ପାଇଛନ୍ତି । ଗତ ବର୍ଷ ରୁ ଲାପଟାପ ପାଇଁ ପିଲା ପିଛା ୩୦ ହଜାର ଟଙ୍କା ସରକାର ଙ୍କ ତରଫରୁ ପିଲାଙ୍କ ବ୍ୟାଙ୍କ ଖାତା କୁ ପଇଠ କରାଯାଉଛି । ଏହି ସଫଳତା ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ ସନ୍ତୋଷ ଗୁରୁ, ସମ୍ପାଦକ ରାଜେଶ ପଣ୍ଡା ଓ ନିର୍ଦ୍ଦେଶକ ଲୋକନାଥ ମିଶ୍ର , ଅନୁଷ୍ଠାନ ର ମୁଖ୍ୟ ପ୍ରିୟବ୍ରତ ବିଶୋଇ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ସମସ୍ତ ଛାତ୍ର ଛାତ୍ରୀ, ସମସ୍ତ ଅବିଭାବକ ଙ୍କୁ ଶ୍ରେୟ ଦେଇଛନ୍ତି । ଅନୁଷ୍ଠାନ ରେ ଖୁସି ର ଲହରୀ ଖେଳିଯାଇଛି । ସମ୍ପାଦକ ରାଜେଶ ପଣ୍ଡା ସମସ୍ତ କୃତିତ୍ୱ ଅର୍ଜ୍ଜନ କାରୀ ଙ୍କୁ ପ୍ରସଂଶା କରି ,ଏହିଭଳି ଛାତ୍ର ଛାତ୍ରୀ ମାନେ ଏମିତି ସଫଳତା ର ଶୀର୍ଷ ରେ ପହଞ୍ଚୀବା ରେ ଏଠାକାର ଜ୍ଞାନୀ ପରିଚାଳନା କମିଟି ଓ ଅନୁଭବୀ ଅଧ୍ୟାପକ ଓ ଅଧ୍ୟାପିକା ମୁଖ୍ୟ ଭୂମିକା ରହିଛି ବୋଲି ମତ ପ୍ରକାଶ କରିଛନ୍ତି । ମିଳିଥିବା 30 ହଜାର ଟଙ୍କା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ବାବଦ ରେ ସହାୟକ ହୋଇପାରିଛି ।
ଅନୁଷ୍ଠାନ ପକ୍ଷରୁ ଗତ ବର୍ଷ +2 ବାଣିଜ୍ୟ ଆରମ୍ଭ ହୋଇଛି । ୨୦୧୪ ମସିହାରୁ +2 ବିଜ୍ଞାନ ଶିକ୍ଷା ରେ ଲଗାତାର ଭାବେ ଜିଲ୍ଲା ଟପର ଓ ଅନେକ ଥର ଅଭିବକ୍ତ କୋରାପୁଟ ଜିଲ୍ଲା ଟପର ଏହି ଅନୁଷ୍ଠାନ ର କୃତିତ୍ୱ ପ୍ରତିପାଦନ କରିପାରିଛି । ପୁଣିଥରେ ରାଜେଶ ବାବୁ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ,ଅବିଭାବକ ଓ ଛାତ୍ର ଛାତ୍ରୀ , କୃତଜ୍ଞତା ଜଣାଇଛନ୍ତି ।

ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।