Thursday, October 15, 2026
Home ଆଞ୍ଚଳିକ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା ପାର ହେଲା ମା’ ଭାଲୁ ।

ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା ପାର ହେଲା ମା’ ଭାଲୁ ।

106

ନବରଙ୍ଗପୁର , ୩୦/୦୩/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା ରାସ୍ତାରେ ମା’ ଭାଲୁ ସହିତ ଦୁଇଟି ଭାଲୁ ଛୁଆ ରାସ୍ତାପାର କରିଥିଲେ। ମା’ ଭାଲୁ ପିଠି ଉପରେ ଦୁଇଟି ଛୁଆଭାଲୁ ଜାବୁଡି ଧରି ବସିଥିଲେ। ସେହି ଦୁଇଟି ଭାଲୁଛୁଆକୁ ପିଠି ଉପରେ ବସାଇ ମା’ ଭାଲୁ ଅତି ସହଜରେ ରାସ୍ତା ପାର ହୋଇଥିଲା।

ନବରଙ୍ଗପୁରରୁ ନନ୍ଦାହାଣ୍ଡି ବ୍ଲକକୁ ଯାଇଥିବା ମୁଖ୍ୟରାସ୍ତା ଜଙ୍ଗଲ ନିକଟରେ ଏହି ଭାଲୁ ପିଚୁରାସ୍ତା ପାର କରି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ତେବେ ଏହି ଭାଲୁକୁ ଦେଖିବାକୁ ରାସ୍ତାର ଉଭୟପାର୍ଶ୍ବରେ ବହୁ ଗାଡି ଅଟକି ରହିବା ସହିତ ଲୋକମାନେ ମୋବାଇଲରେ ଫଟୋ ଉତ୍ତୋଳନ କରି ମଜା ନେଇଥିଲେ। ଏବେ ମା’ ଭାଲୁ ପିଠିରେ ଦୁଇଟି ଭାଲୁଛୁଆ ରାସ୍ତା ପାର ହେଉଥିବା ଦୃଶ୍ୟ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି।


ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀଙ୍କ ରିପୋର୍ଟ ଜିଲ୍ଲା ଖବର ।