Monday, November 16, 2026
Home ଅପରାଧ ଗତ ୨୨ ତାରିଖ ରେ ପିତଳ ଛକ ଚାରିଜଣ ଙ୍କୁ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ...

ଗତ ୨୨ ତାରିଖ ରେ ପିତଳ ଛକ ଚାରିଜଣ ଙ୍କୁ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କଲେ ଏସପି ।

86

ପିତଳ , ୨୯/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ର ବହୁଚର୍ଚ୍ଚିତ ଗଣହତ୍ୟା ମାମଲାର ପର୍ଦାଫାଶ କଲେ ଗଞ୍ଜାମ ଏସପି ବ୍ରିଜେଶ ରାୟ ।

ଗତ ୨୨ ତାରିଖ ରାତି ରେ ପିତଳ ଛକ ଠାରେ ଗୋଟିଏ ଦମ୍ପତି ଛିଡା ହୋଇଥିବା ବେଳେ ଅଭିଯୁକ୍ତ ସାଧୁ ସ୍ୱାଇଁ ସେମାନ ଙ୍କ ସହ ଅସଦାଚରଣ କରିଥିଲା l ଏହାକୁ ପ୍ରତିବାଦ କରିଥିଲେ ମୃତ ଶମ୍ଭୁ ସ୍ୱାଇଁ ଓ ତାଙ୍କ ତିନି ଭାଇ ।

ଫଳରେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା l ଘଟଣା ସ୍ଥଳରୁ ସାଧୁ ନିଜ ଗ୍ରାମ ରାମଚନ୍ଦ୍ରପୁରକୁ ଯାଇ ବାହାନପତି, ବଳିଆ, ଚିତ୍ର ଓ ସନ୍ତୋଷ ସ୍ୱାଇଁ ଙ୍କ ସମେତ ଅନ୍ୟ ଜଣେ ଯୁବକ ଙ୍କ ସହିତ ମରଣାସ୍ତ୍ର ନେଇ ଶମ୍ଭୁ,ରାଜ, ପାଣ୍ଡଵ ଓ ଚନ୍ଦନ ସ୍ୱାଇଁ ଙ୍କ ଉପରେ ଅତି ନୃଶଂସ ଭାବେ ଆକ୍ରମଣ କାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ଏସପି l

ଅନ୍ୟପଟେ ଘଟଣା ରେ ସମ୍ପୂକ୍ତ ୫ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରା ରହିଛି l

ସେପଟେ ହତ୍ୟାକାଣ୍ଡ ରେ ବ୍ୟବହୃତ ବହୁ ମରଣାସ୍ତ୍ର ସହିତ ଦୁଇଟି ସ୍କୁଟି କୁ ଜବତ କରି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଏସପି ବ୍ରିଜେଶ ରାୟ l