Thursday, November 12, 2026
Home ଆଞ୍ଚଳିକ ସ୍ଵର୍ଗତ ରାମଚନ୍ଦ୍ର ସାବତଙ୍କ ଦ୍ୱାଦଶାହ ସ୍ମୃତି ସଭା ।

ସ୍ଵର୍ଗତ ରାମଚନ୍ଦ୍ର ସାବତଙ୍କ ଦ୍ୱାଦଶାହ ସ୍ମୃତି ସଭା ।

58

ଭଞ୍ଜନଗର , ୨୮/୦୩/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଳକ୍ ଗାମୁଣ୍ଡି ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ରାମଚନ୍ଦ୍ର ସାବତଙ୍କ ଦ୍ୱାଦଶାହ ସ୍ମୃତି ସଭା ଆଜି ତାଙ୍କ ଗାମୁଣ୍ଡି ସ୍ଥିତ ନିଜ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଆଜି ସ୍ଵର୍ଗତ ସାବତଙ୍କ ସ୍ମୃତି ସଭା କାର୍ଯ୍ୟକ୍ରମକୁ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ସାବତ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ବୋହୂ ଶାନ୍ତି ସାବତ, ଝିଅ ମାମୀ, ନମି, ଶଳା ବିଜୟ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଜ୍ୱାଇଁ ରାମଚନ୍ଦ୍ର,ଦେବେନ୍ଦ୍ର, ନାତି ସିକନ୍,ନାତୁଣି ଶିଳ୍ପା, ଲିପି,ସ୍ଵର୍ଣ୍ଣଲତା,ନାତୁଣି ଜ୍ୱାଇଁ ପ୍ରଦୀପ ଖାଡ଼ଙ୍ଗା ଓ ମାମାଲି ପଣ୍ଡା, ଟୁଟୁ, ସୂର୍ଯ୍ୟ, ଲୁଲୁ, ବିଦ୍ୟା, ମଣ୍ଟୁ, ମଣ୍ଟୁଙ୍କ ସମେତ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ଶିବରାମ ଚୌଧୂରୀ ଏବଂ ଗାମୁଣ୍ଡି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ଵର୍ଗତ ରାମଚନ୍ଦ୍ରଙ୍କ ସ୍ମୃତି ଚାରଣ କରିଥିଲେ I ପ୍ରକାଶ ଥାଉକି ସ୍ଵର୍ଗତ ରାମଚନ୍ଦ୍ର ସାବତ ଗତ 10 ତାରିଖରେ ଇହଲୀଳା ସମ୍ବରଣ କରିଥିଲେ I