Monday, November 16, 2026
Home ଆଞ୍ଚଳିକ ଭାରତ ବନ୍ଦ ସପକ୍ଷରେ ଶୋଭାଯାତ୍ରା ।

ଭାରତ ବନ୍ଦ ସପକ୍ଷରେ ଶୋଭାଯାତ୍ରା ।

67

ଭଞ୍ଜନଗର , ୨୮/୦୩/୨୨ ( ଜିଲ୍ଲା ଖବର ) : ୪ ଟି କଳା ଶ୍ରମ କୋଡ଼ ପ୍ରତ୍ୟାହାର, ରାଷ୍ଟ୍ରାୟତ ସମ୍ପତ୍ତି ର ବିକ୍ରି ବନ୍ଦ ଏବଂ ତୈଳ ଦର ସହ ଜରୁରୀ

ବ୍ୟବସ୍ଥା ଯୋଗ୍ୟ ସାମଗ୍ରୀ ର ଦର ବୃଦ୍ଧି ର ବିରୋଧ ରେ ବିଭିନ୍ନ ଶ୍ରମିକ ଅନୁଷ୍ଠାନ ତରଫରୁ ଭଞ୍ଜନଗର ର ବିଭିନ୍ନ ବେଙ୍କ ଆଗରେ ଧାରଣା ଦେଇଥିଲେ।

ଭାରତୀୟ ଜୀବନ ବୀମା ଭଞ୍ଜନଗର ଶାଖାର ସମସ୍ତ କର୍ମଚାରୀ ଓ sbi ଭଞ୍ଜନଗର ଶାଖାର କର୍ମଚାରୀ ଯୋଗ ଦେଇଥିଲେ।

ଗଂଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନିରାକାର ନାୟକ,ଶ୍ରମିକ ସମନ୍ୱୟ ସମିତି ଭଞ୍ଜନଗର ତଥା ରାଜ୍ୟ ପୋଷ୍ଟାଲ କର୍ମଚାରୀ ସଭାପତି ହରେକୃଷ୍ଣ ସାହୁ,ଭାରତୀୟ ଜୀବନ ବୀମା ନିଗମ ଭଞ୍ଜନଗର ଶାଖା ସଭାପତି ପାଣ୍ଡବ ମିଶ୍ର ଓ

ସମ୍ପାଦକ ରଘୁନାଥ ବେହେରା,ରାମ ବେହେରା, ପ୍ରସାଦ ବେହେରା ପ୍ରମୁଖ ଯୋଗଦେଇ ମୋଦି ସରକାର ଙ୍କ ଦୋ ମୁହଁ ନୀତି କୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ଜୋର ହେବ ବୋଲି କହିଥିଲେ
।