ଟ୍ରକକୁ ଧକ୍କା ଦେଲା ଟାଟା ଏସି, ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

11

ପାରାଦୀପ,୨୦/୮(ଜିଲ୍ଲା ଖବର) : ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍‌ ଥାନା ଅଞ୍ଚଳରେ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ ପାରାଦୀପ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଥିବା ଭୂତମୁଣ୍ଡେଇ ବଜାରରେ ଏକ ମାଲବାହୀ ଟ୍ରକ୍‌ ଠିଆ ହୋଇଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଟ୍ରକ୍‌ଟି ଠିଆ ହୋଇଥିବା ବେଳେ ଡ୍ରାଇଭର୍‌ ଟ୍ରକର ପଛପଟେ ଠିଆ ହୋଇଥିଲେ। ହଠାତ୍‌ ଏକ ଟାଟା ଏସି ଗାଡ଼ି ଟ୍ରକ୍‌କୁ ଧକ୍‌କା ଦେଲା। ଟାଟା ଏସିଟି ଖୁବ୍‌ ଜୋରରେ ଯାଉଥିଲା। ଏହି ଧକ୍‌କା ଫଳରେ ଟ୍ରକର ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଟାଟା ଏସିର ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ହେବାରୁ ଉଭୟଙ୍କୁ କଟକ ମେଡିକାଲକୁ ପଠାଯାଇଛି।ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଭୂତମୁଣ୍ଡେଇ ବଜାର ଛକରେ ଉଭୟ ପଟୁ ଗାଡ଼ି ଚଳାଚଳ ବନ୍ଦ ଅଛି। ରାସ୍ତା ଜାମ୍‌ ହୋଇଛି। ଜଗତସିଂହପୁର ଜିଲ୍ଲାପାଳଙ୍କ ତାଗିଦ ସତ୍ତ୍ୱେ ଭୂତମୁଣ୍ଡେଇଠାରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାାର୍ଶ୍ୱରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇ ରହୁଥିବା ଏଭଳି ଦୁର୍ଦ୍ଦଟଣା ଘଟୁଥିବା କୁହାଯାଉଛି।