
ଜଗନ୍ନାଥ ପ୍ରସାଦ , ୨୮/୦୩/୨୨ ( ଜିଲ୍ଲା ଖବର ) : ଜଗନ୍ନାଥ ପ୍ରସାଦ ବ୍ଲକ ଜିରାବାଡି ଗ୍ରାମପଞ୍ଚାୟତ ର ନୂତନ ସରପଞ୍ଚ ଭାବେ
ସରୋଜ କୁମାର ନାୟକ(ବାଜି ଭାଇ)ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।



କାର୍ଯ୍ୟ।ଳୟ ମଧ୍ୟରେ ହୋମ ଯଜ୍ଞ କରିବା ପରେ ସହ ସହ ସମର୍ଥକ, ବିଜେଡ଼ି କର୍ମୀ ଙ୍କ ଗହଣରେ ଆସନ ଗ୍ରହଣ କରିଥିଲେ।



ଜିରାବାଡ଼ି ଗ୍ରାମ ପଞ୍ଚାୟତ ସଂପ୍ରସାରଣରେ ଅଧିକାରୀ ଅରକ୍ଷିତ ପ୍ରଧାନ ସରକାରୀ ସ୍ତରରେ ଆଇନ ଅନୁଯାଇ ଆବଶ୍ୟକ ଫାଇଲ ରେ ଦସ୍ତଖତ କରେଇ ଶ୍ରୀଯୁକ୍ତ ନାୟକ ଙ୍କୁ ସରପଞ୍ଚ ଭାବେ ଦାଇତ୍ୱ ପ୍ରଦାନ କରିଥିଲେ।


ୱାର୍ଡ ସଭ୍ୟ/ସଭ୍ୟା ବସନ୍ତ ଗୌଡ଼, ବସନ୍ତ ମଞ୍ଜରୀ ନାୟକ, ସସ୍ମିତା ପ୍ରଧାନ,ଜଂବୁ ଗୌଡ଼, ଅର୍ଜ୍ଜୁନ ତ୍ରିପାଠୀ, ରଞ୍ଜିତ ନାୟକ, ସିବରାମ ପାତ୍ର, ସନ୍ତୋସିନୀ ପ୍ରଧାନ ପ୍ରମୁଖ ନୂତନ ସରପଞ୍ଚ ଶ୍ରୀଯୁକ୍ତ ନାୟକ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ।


ସେହିପରି ସରପଞ୍ଚ ଭି ସେମାନଙ୍କୁ ଉତରୀୟ ଦେଇ ସମ୍ମାନିତ କରିଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ଜିରାବାଡି ପୂର୍ବତନ ସରପଞ୍ଚ ସାବିତ୍ରୀ ବେହେରା,ଜିଲ୍ଲା ପରିଷଦ ସଭ୍ୟା ମାନସୀ ସେଠି,ବିଜେଡି ନେତା ସୂର୍ଯ୍ୟ ନାରାୟଣ ପ୍ରଧାନ,ପ୍ରଦୀପ୍ତ କିଶୋର ଭୂୟାଁ,


ଅନାଦି ବେହେରା, ବୁଲୁ ବେହେରା,ବୁଲୁ ପାଣି, ସମେତ ବହୁ ବିଜୁ ପ୍ରେମୀ,ଓ ଓକିଲ ନିରାକାର ସାହୁ,ରୋଜଗାର ସେବକ ଯଶୋଦା ପ୍ରଧାନ ମଧ୍ୟ ଫୁଲ ତୋଡା ଦେଇ ନୂତନ ସରପଞ୍ଚ ଙ୍କୁ ସ୍ୱାଗତ କରି ଥିଲେ।
ନିରାକାର ସାହୁ ଙ୍କ ରିପୋର୍ଟ ଜିଲ୍ଲା ଖବର।


