Thursday, October 15, 2026
Home ଆଞ୍ଚଳିକ ବୁଗୁଡ଼ା ଏନ୍ଏସିରେ ବିଜେଡିର ବାଜିମାତ,ନଗରପାଳ ରୂପେ ଚିତ୍ରସେନ ପ୍ରଧାନ ବିଜୟୀ ।

ବୁଗୁଡ଼ା ଏନ୍ଏସିରେ ବିଜେଡିର ବାଜିମାତ,ନଗରପାଳ ରୂପେ ଚିତ୍ରସେନ ପ୍ରଧାନ ବିଜୟୀ ।

67

ବୁଗୁଡା , ୨୭/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଏନ୍ଏସିର ପୌରପାଳିକା ନିର୍ବାଚନ

ପରିପ୍ରେକ୍ଷୀରେ ଆଜି ତା’ର ଫଳାଫଳ ଘୋଷଣା କରିଛନ୍ତି ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ।

ସୂଚନା ଯୋଗ୍ୟ ଯେ ବୁଗୁଡ଼ା ନଗରପାଳ ରୂପେ ଚାରିଜଣ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ସୁତରାଂ ବିଜେଡି ଶ୍ରୀଯୁକ୍ତ ପ୍ରଧାନ ୬୦୯୯ଭୋଟ ପାଇଥିବା ବେଳେ ମୂଖ୍ୟ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକ ୨୦୦୬,କଂଗ୍ରେସ ପ୍ରାର୍ଥୀ ସିମାଞ୍ଚଳ ଖଟାଇ ୮୯ ଏବଂ ସ୍ବାଧୀନ ପ୍ରାର୍ଥିନୀ ଡି ରେଶ୍ମା ପାତ୍ରଙ୍କୁ ୭୨ ଖଣ୍ଡ ଭୋଟ ପାଇଥିଲେ ।

ଯା’ଫଳରେ ମୂଖ୍ୟ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଠାରୁ ବିଜେଡ଼ି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ୪୦୯୩ ଭୋଟ ଅଧିକା ପାଇ ବିଜୟୀ ଘୋଷିତ ହୋଇଛନ୍ତି।

ତା’ସହ ଏନ୍ଏସିର ୧୩ ଗୋଟି ୱାର୍ଡ ମଧ୍ୟରୁ ୧ନଂ ୱାର୍ଡରୁ ବିଜେଡିର ଟିକିନା ସେଠୀ,୨ନଂ ୱାର୍ଡରୁ ବିଜେଡିର ବିନୋଦିନୀ ନାୟକ,୩ନଂ ୱାର୍ଡରୁ ବିଜେଡିର ପୂଜାରାଣୀ ପାଣିଗ୍ରାହୀ ଯେ,୪ନଂ ୱାର୍ଡରୁ ବିଜେଡିର ସସ୍ମିତା କୁମାରୀ ଜେନା, ୫ନଂ ୱାର୍ଡରୁ ବିଜେପିର ଭାଗ୍ୟଲତା ମହାନ୍ତି,୬ନଂ ୱାର୍ଡର ବିଜେପିର ସ୍ବପ୍ନା କୁମାରୀ ଦାଶ,୭ନଂ ୱାର୍ଡରୁ ଆଶୁତୋଶ ବଢେଇ,

୮ନଂ ୱାର୍ଡରୁ ବିଜେଡିର ସୁମିତ୍ରା ପାତ୍ର, ୯ନଂ ୱାର୍ଡରୁ ବିଜେଡିର ଉର୍ମିଲା ସାହୁ, ୧୦ନଂ ୱାର୍ଡରୁ ବିଜେଡିର ଗୀତାଞ୍ଜଳି ପାଢୀ, ୧୧ନଂ ୱାର୍ଡରୁ ବିଜେଡିର ରିଭା ସ୍ବାଇଁ,୧୨ନଂ ୱାର୍ଡରୁ ବିଜେଡିର ପିଙ୍କି ନାହାକ ଏବଂ ୧୩ନଂ ୱାର୍ଡରୁ ବିଜେଡିର ପୂର୍ବରୁ ଅପ୍ରତିଦ୍ୱନ୍ଦୀ କାଉନସିଲର ଭାବେ ମନୋନୀତ ହୋଇଛନ୍ତି।