Home ଆଞ୍ଚଳିକ ଅନ୍ୱେଷଣ ଥିଏଟର ପକ୍ଷରୁ ବାରୁଣୀ ଘାଟ ସଫେଇ ।

ଅନ୍ୱେଷଣ ଥିଏଟର ପକ୍ଷରୁ ବାରୁଣୀ ଘାଟ ସଫେଇ ।

78

ଯାଜପୁର , ୨୭/୦୩/୨୨ ( ଜିଲ୍ଲା ଖବର ) : ଜିଲାର ଅଗ୍ରଣୀ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ଚଳିତ ବର୍ଷର ବାରୁଣୀ ମହାସ୍ନାନ ପୂର୍ବରୁ ବାରୁଣୀ ନଦୀତଟ ଓ ଚତୁପାର୍ଶ୍ଵ କୁ ଆଜି ସଫା କରିଛି ।

ଏହି ସଫେଇ କାର୍ଯ୍ୟକ୍ରମରେ ଯାଜପୁର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ଜେନା , ଉପକାରାଗାର ଅଧିକ୍ଷକ ଶ୍ରୀ ପ୍ରସନ୍ନ କୁମାର ସାହୁ , ବରିଷ୍ଟ

ଶିକ୍ଷାବିତ ପଣ୍ଡିତ ଭୂପତି ଭୂଷଣ ମିଶ୍ର , ପ୍ରଜାପିତା ବ୍ରହ୍ମକୁମାରୀଜ ଈଶ୍ୱରୀୟ ବିଦ୍ୟାଳୟ ,

ଦେବୀଗଡା ଶାଖା ର କର୍ମକର୍ତା ଙ୍କ ସହ ଜିଲାର କୋଣ ଅନୁକୋଣରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଏହି ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।

ସଫେଇ ସହ ବ୍ଲୁଚିଂ ପାଉଡର, ଚୂନ ପକାଯାଇଥିଲା , ମାସ୍କ ,ସାନିଟାଇଜର ମଧ୍ୟ ପ୍ରଦାନ କରାଯାଇଥିଲା ।

ପରେ ପରେ ଥିଏଟର ପକ୍ଷରୁ ଚଳିତ ବର୍ଷର ବିଶ୍ଵନାଟ୍ୟ ଦିବସ ପାଳନ କରାଯିବା ସହ ସମାଜକୁ ସାମଜିକ ବାର୍ତାବହ କରୁଥିବା ଖୁଦ୍ର ନାଟକ “ଜରୁରୀ” ପରିବେଷଣ କରାଯାଇଥିଲା ।

ଅନ୍ୱେଷଣର ସମସ୍ତ କଳାକାରଙ୍କ ଦ୍ୱାରା ଏହି ନାଟକ ବେଶ ଆଦୃତ ହୋଇଥିବା ଜଣାପଡିଛି ।

ଅନୁଷ୍ଟାନ ର ଏଭିଲି ମହାତୀୟ କାର୍ଯ୍ୟରେ ନିଜକୁ ସାମିଲ କରିବାକୁ ଯାୟୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ବରିଷ୍ଟ କର୍ମକତା ଶ୍ରୀ ପ୍ରଫୁଲ କୁମାର ନାୟକ ,ଅଜିତ ଭାଇ ପ୍ରମୁଖ ଥିଏଟର ଗ୍ରୁପରେ ସାମିଲ ହୋଇଛନ୍ତି ।