
ଆସିକା , ୨୭/୦୩/୨୨ ( ଜିଲ୍ଲା ଖବର ) : ଗ୍ରାମବାସୀ ଙ୍କ ଦୀର୍ଘ ୪୦ ବର୍ଷର ସ୍ବପ୍ନ ପୁରଣ ହେବାକୁ ଯାଉଛି l ଗାଁ ରେ ପ୍ରତିଷ୍ଠା ହେଉଛି ଲକ୍ଷ୍ମୀ ନାରାୟଣ ମନ୍ଦିର ।

ମନ୍ଦିର ପ୍ରତିଷ୍ଠାର ପ୍ରଥମ ଦିନରେ ଗ୍ରାମର ସହ ସହ ମହିଳା ମାନେ ବଡ଼ନଦୀରୁ ପବିତ୍ର ଜଳ ଗ୍ରହଣ କରି କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞଶାଳାକୁ ଯାଇଥିଲେ l ଏଥିପାଇଁ ଗ୍ରାମରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ ଭଳି ଅନେକ କାର୍ଯ୍ୟକ୍ରମ ଗ୍ରାମବାସୀ ଙ୍କ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି l


ବହୁ ପ୍ରତିକ୍ଷୀତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଗ୍ରାମ ବାହାରେ ରହୁଥିବା ସୁଦୂର ସୁରଟ ଓ ବାହାର ରାଜ୍ୟର ଲୋକେ ନିଜ ପିଲାଛୁଆ ଧରି ଗ୍ରାମକୁ ପହଞ୍ଚି ଥିବାରୁ ଗାଁ ଏବେ ଚଳ ଚଞ୍ଚଳ ହୋଇପଡିଛି l ଲୋକଙ୍କ ଭିତରେ ରହିଥିବା ପ୍ରଭୁଙ୍କ ପ୍ରତି ଅଗାଢ଼ ଭକ୍ତି ଯୋଗୁଁ ଗ୍ରାମରେ ଭାଇଚାରା ଏବେ ଫେରିଛି l ତେଣୁ ଅଧିକ ଖୁସି ପ୍ରକଟ କରି ଏବେ ଗ୍ରାମର ଘରେ ଘରେ ଆମ ଗାଁ ନାହିଁ ମୋ ଗାଁ ବୋଲି ଶ୍ରଦ୍ଧାରେ କୁହନ୍ତି ଗ୍ରାମବାସୀ ।


ଜିଲ୍ଲା ର କୋଣ ଅନୁକୋଣରୁ ବଛାବଛା ବେଦାନ୍ତ ପଣ୍ଡିତ ମାନଙ୍କୁ ନେଇ ଆଲିପୁର ପଞ୍ଚାୟତ ର କୋଟିବାଡ଼ି ଗ୍ରାମରେ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ନେଇ ୫ ଦିନିଆ କାର୍ଯ୍ୟକ୍ରମ ରେ ଦୀକ୍ଷା ଗ୍ରହଣଠୁ ଆରମ୍ଭକରି ଦେବତା ସିଂହାସନ ଆରୋହଣ, ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଂଜନ ଓ ନଗର କୀର୍ତ୍ତନ ୩୦ ତାରିଖ ପର୍ଯ୍ୟନ୍ତ କରାଯାଇ ଅର୍ଣ୍ଣଯଜ୍ଞ ପରେ ପ୍ରତିଷ୍ଠା ଉତ୍ସବ ସମାପ୍ତ ହେବ l


