Wednesday, November 11, 2026
Home ଆଞ୍ଚଳିକ କୋଦଳା ଏନଏସି ନିର୍ବାଚନରେ ବାଜି ମାରିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ।

କୋଦଳା ଏନଏସି ନିର୍ବାଚନରେ ବାଜି ମାରିଲେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ।

86

ବେଗୁନିଆପଡା , ୨୬/୦୩/୨୨ ( ଜିଲ୍ଲା ଖବର ) : କୋଦଳା ଏନଏସି ଅଧକ୍ଷ ଭାବେ ବିଜେପି ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ନାୟକ ତାଙ୍କ ନିକଟତମ

ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀନୀ ଭାରତୀ ଗୌଡ଼ ଙ୍କ ଠାରୁ ୨୫୭୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ମୋଟ ୪୫୩୬ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀନୀ ଭାରତୀ ଗୌଡ଼ ୧୯୬୪ଟି ଭୋଟ ପାଇଥିଲେ।

କଂଗ୍ରେସ ପ୍ରାର୍ଥୀ ଗୋପତ ପରିଡା ୯୩ଟି ଭୋଟ ପାଇଥିଲେ। ସେହିପରି ସ୍ୱାଧୀନ ପ୍ରାର୍ଥୀ କବି ସାହୁ ୯୧ଟି ଭୋଟ ପାଇଥିବା ବେଳେ ରଶ୍ମିରାଣୀ ପାଢ଼ୀ ୫୩ ଖଣ୍ଡ ଭୋଟ ପାଇଥିଲେ।

ସେପଟେ ବେଳେ ୧୩ଟି ୱାର୍ଡରୁ ବିଜେପି ୮ଟିରେ ବିଜୟୀ ହୋଇଛି ସେହିପରି ୪ଟିରେ ବିଜେଡି ଓ ଗୋଟିଏ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

୧୩ଟି ୱାର୍ଡ ମଧ୍ୟରୁ ୧ ନମ୍ବର ୱାର୍ଡରେ ସୀମାଞ୍ଚଳ ଖଟୁଆ(ବିଜେଡି), ୨ନମ୍ବର ୱାର୍ଡରେ ଝିଲ୍ଲୀ ପ୍ରଧାନ(ବିଜେପି),୩ନମ୍ବର ୱାର୍ଡରେ ରିତା ସାହୁ(ବିଜେପି), ୪ନମ୍ବର ୱାର୍ଡରେ ସୁରିୟାଂଶୁ ବେହେରା (ବିଜେପି),

୫ନମ୍ବର ୱାର୍ଡରେ ସୁନିତା କାର୍ଜି(ବିଜେଡି-ନିର୍ଦ୍ୱନ୍ଦ), ୬ନମ୍ବର ୱାର୍ଡରେ ସୁମିତ୍ରା ମହାରଣା(ବିଜେପି), ୭ନମ୍ବର ୱାର୍ଡରେ ଜିତେନ୍ଦ୍ର ପ୍ରଧାନ(ବିଜେଡି), ୮ନମ୍ବର ୱାର୍ଡରେ ମଧୁସୂଦନ ଜେନା(ବିଜେପି),

୯ ନମ୍ବର ୱାର୍ଡରେ ମନୋରଞ୍ଜନ ଡାକୁଆ(ବିଜେଡି), ୧୦ନମ୍ବର ୱାର୍ଡରେ ରଞ୍ଜିତା ସେଠି(ବିଜେପି), ୧୧ନମ୍ବର ୱାର୍ଡରେ ଭଗବାନ ପାଢ଼ୀ(ସ୍ୱାଧୀନ), ୧୨ନମ୍ବର ୱାର୍ଡରେ ରୀତାଞ୍ଜଳି ମିଶ୍ର(ବିଜେପି) ଓ ୧୩ ନମ୍ବର ୱାର୍ଡରେ ନମିତା କୁମାରୀ ମହାପାତ୍ର(ବିଜେପି) ବିଜୟୀ ହୋଇଛନ୍ତି।

କୋଦଳା ଏନଏସି ଭାବେ ଅଧ୍ୟକ୍ଷ ସୂର୍ଯ୍ୟ ନିର୍ବାଚିତ ହେବା ପରେ ସେ କୋଦଳାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ଥାନୀୟ ଶ୍ରୀ ଦଣ୍ଡେଶ୍ୱରଙ୍କ ପୀଠକୁ ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି।

କୋଦଳାବାସୀଙ୍କ ସମସ୍ତ ସୁଖଦୁଃଖର ସେ ସାଥି ହେବେ ବୋଲି କହିବା ସହ ସମସ୍ତ ସହଯୋଗ କରିବେ ବୋଲି ସେ ପ୍ରକାଶ କରିଛନ୍ତିି।