Wednesday, July 22, 2026
Home ଆଞ୍ଚଳିକ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ପାଳନ ପାଇଁ ବୋୖଠକ ।

ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ରୌପ୍ୟ ଜୟନ୍ତୀ ପାଳନ ପାଇଁ ବୋୖଠକ ।

24

କୋଦଳା (ଜିଲ୍ଲା ଖବର) : ସୌରା ଛଚିନା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟରେ ଆସନ୍ତା ବର୍ଷ ରୌପ୍ୟ ଜୟନ୍ତୀ ପାଳନ ନିମିତ୍ତ ଏକ ପ୍ରାକ ପ୍ରସ୍ତୁତୀ ବୋୖଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବ୍ରଜଗୋପାଳ ପ୍ରଧାନଙ୍କ ସଭାପତିତ୍ୱରେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ସିମାଞ୍ଚଳ ନାୟକଙ୍କ ପୌରହିତରେ ବୋୖଠକ ହୋଇଥିଲା l ବହୁ ସଂଖ୍ୟାରେ ବିଦ୍ୟାଳୟର ପୁରାତନ ଛାତ୍ର ଉପସ୍ଥିତ ରହି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନର ରୂପରେଖ ଉପରେ ଆଲୋଚନା କରିଥିଲେ l ବିଦ୍ୟାଳୟର ଛାତ୍ର ସଂଘର ଗଠନ ଓ କାର୍ଯ୍ୟକର୍ତ୍ତା ଚୟନ ପାଇଁ ଆଗାମୀ ୨୨/୧୨/୧୯ ତାରିଖରେ ପୁଣି ଏକ ବୋୖଠକ ଅନୁଷ୍ଠିତ କରାଯିବାର ନିଷ୍ପତି ନିଆଯାଇଥିଲା l ଏହି ବୋୖଠକରେ ବିଦ୍ୟାଳୟର ଅଧିକରୁ ଅଧିକ ପୁରାତନ ଛାତ୍ର ଯୋଗ ଦେବାକୁ ଛାତ୍ର ସଂଘ ତରଫରୁ ଜୟଦେବ ନାୟକ ଅନୁରୋଧ କରିଛନ୍ତି l

ରିପୋର୍ଟ ଭଗବାନ ପାଢ଼ୀ