Wednesday, November 11, 2026
Home ଆଞ୍ଚଳିକ ମନୋବାଞ୍ଛା ପୂର୍ଣ୍ଣ କଳ୍ପବଟ ପୀଠର ପ୍ରତିଷ୍ଠା ଦିବସରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ।

ମନୋବାଞ୍ଛା ପୂର୍ଣ୍ଣ କଳ୍ପବଟ ପୀଠର ପ୍ରତିଷ୍ଠା ଦିବସରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ।

103

ବୁଗୁଡା , ୨୬/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଗୁଡ଼ାରୁ ମୋଟାବାଡି ରାସ୍ତା ପାର୍ଶ୍ବରେ ପୂଜା ପାଉଥିବା ବାରିକପଲ୍ଲୀ ଗ୍ରାମ ନିକଟସ୍ଥ ଶ୍ରୀ ଶ୍ରୀ ମନୋବାଞ୍ଛା ପୂର୍ଣ୍ଣ କଳ୍ପବଟ ପୀଠର ଶ୍ରୀ ଶ୍ରୀ ତ୍ରୟୋଦେବ ସ୍ବାମୀଙ୍କ ସତଚାଳିଶ ତମ ପ୍ରତିଷ୍ଠା ଦିବସରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ସହ ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ନାମାଚାର୍ଯ୍ୟ ଶରତଚନ୍ଦ୍ର ଆଚାର୍ଯ୍ୟ ଦାୟିତ୍ବ ବହନ କରିଥିବା ବେଳେ ଘୁ ପଙ୍କଳ ବାଡି,ମାଣିବନ୍ଧ,ସୁବୁଦ୍ଧି ପଲ୍ଲୀ,ସୋଲଣ୍ଡି ଓ ବେଠିଆ ବୋରଦା ଗ୍ରାମର ନାମ ସଂକୀର୍ତ୍ତନ ଦଳମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ଗୋପାଳକୃଷ୍ଣ ବିଷୋୟୀ,ପ୍ରମୋଦ କୁମାର ପଟ୍ଟନାୟକ,ବିପ୍ରଚରଣ ପାଣିଗ୍ରାହୀ,ଅରୁଣ କୁମାର ରଥ,ସିପନ୍ ବାରିକ,କୈଳାସ ଚନ୍ଦ୍ର ସେଠୀ,କିରଣ ବାରିକଙ୍କ ପ୍ରମୁଖ ନିକଟସ୍ଥ

ବାରିକପଲ୍ଲୀ,ଲକ୍ଷ୍ମୀପୁର ଓ ସୁବୁଦ୍ଧି ପଲ୍ଲୀର ଗ୍ରାମବାସୀମାନେ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା।

ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।