Wednesday, October 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ସଂସ୍କାର ଯୋଜନା କାର୍ଯ୍ୟକ୍ରମ।

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ସଂସ୍କାର ଯୋଜନା କାର୍ଯ୍ୟକ୍ରମ।

99

ଆସିକା , ୨୬/୦୩/୨୨ ( ଜିଲ୍ଲା ଖବର ) : ଓଡ଼ିଶା ସରକାରଙ୍କ ଯୋଜନାବଦ୍ଧ କାର୍ଯ୍ୟକ୍ରମ ‘ଯୁବ ସଂସ୍କାର ଯୋଜନା’ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼଼. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ

ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି।

ଏଥିରେ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ଚିନ୍ମୟ ମିଶନର ସ୍ବାମୀ ସଦାଶିବାନନ୍ଦ ମହାରାଜ, ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନର ଅବସର ପ୍ରାପ୍ତ ପ୍ରଫେସର ଡ଼. ଭାସ୍କର ପାଢ଼ୀ, ଏବଂ ଉକ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ତାରା ପ୍ରସାଦ ଦାଶ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ।

ପ୍ରଥମେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ମଞ୍ଚାସୀନ କରାଯାଇଥିଲା। ତତ୍-ପଶ୍ଚାତ୍ ଅଧ୍ୟାପକ ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନି ଦ୍ବାରା ସମସ୍ତ ଦେବ ବିଗ୍ରହଙ୍କୁ ଅତିଥି ମାନଙ୍କ ଦ୍ବାରା ଅର୍ଘ୍ୟ ଏବଂ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ସଂଯୋଜକ ମେଜର ଡ଼. ଶଙ୍କର ପ୍ରସାଦ ଅଧିକାରୀ ମଞ୍ଚାସୀନ ଅତିଥିଙ୍କ ପରିଚ଼ୟ ପ୍ରଦାନ କରିଥିଲେ ଏବଂ ଅଧ୍ୟକ୍ଷ ନିଜ ସ୍ବାଗତ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ସ୍ବାମୀ ସଦାଶିବାନନ୍ଦ ମହାରାଜ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇ ପୌରାଣିକ ତଥା ଆଧ୍ୟାତ୍ମିକତା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଚରିତ୍ର ମଜ୍ଜାଗତ କରିବା ପାଇଁ ଉଦବୋଧନ ଦେଇଥିଲେ।

ମୁଖ୍ୟ ଅତିଥି ପ୍ରଫେସର ପାଢ଼ୀ କାୟ-ମନ-ବାକ୍ୟରେ ପରୋପକାର କରିବା ପାଇଁ ସମସ୍ତଙ୍କୁ ପରାମର୍ଶ କରିଥିଲେ। ଆଜିର ଯୁବକ ଯୁବତୀ ମାନଙ୍କ ଅଧୋଃପତନର ଏକମାତ୍ର କାରଣ ନୈତିକ ତଥା ଚାରିତ୍ରିକ ମୂଲ୍ୟବୋଧର ଅଭାବ ବୋଲି ଯୁକ୍ତି ବାଢିଥିଲେ।

ମୁଖ୍ୟ ବକ୍ତା ଡ଼. ଦାଶ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଚରିତ୍ରକୁ ସୁଧାରିବାକୁ ହେଲେ ପାଠ୍ୟଖସଡାରେ ନୈତିକ ମୂଲ୍ୟବୋଧ ଶିକ୍ଷାର ଅତ୍ୟନ୍ତ ଆବଶ୍ୟକ ଅଛି। ଅଧ୍ୟକ୍ଷ ଡ଼. ତ୍ରିପାଠୀ ଅତିଥିମାନଙ୍କୁ ଉପଢୌକନ ଦ୍ବାରା ସମ୍ମାନିତ କରିଥିଲେ।

ଉପପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ମଞ୍ଚାସୀନ ଅତିଥିମାନଙ୍କୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କ ତରଫରୁ ଶୁଭକାମନା ଦେଇଥିଲେ। ପ୍ରଫେସର ବିଘ୍ନରାଜ ପାଢ଼ୀ ପ୍ରୋଜେକ୍ଟର ନିରବ ଛାୟାଚିତ୍ର ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନୈତିକ ତଥା ଚାରିତ୍ରିକ ଗୁଣାବଳୀ ବିକାଶର ବାର୍ତ୍ତା ଦେଇଥିଲେ।

ଯୁବରେଡକ୍ରସ ଉପଦେଷ୍ଟା ରାଜେଶ୍ କୁମାର ସାହୁ, ଯୁକ୍ତ ତିନି ଏନ୍ଏସ୍ଏସ୍ ସମସ୍ତ ୟୁନିଟ୍ ର ଅଧିକାରୀ ବର୍ଗ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡ଼ରଇତ ପୂର୍ବତନ ଏନ୍ଏସ୍ଏସ୍ ଅଧିକାରୀ ଅଧ୍ୟାପକ ସରୋଜ କୁମାର ପଣ୍ଡା ଏବଂ ଅଧ୍ୟାପିକା ସେଇଲ୍ ଝା, ସୁଶ୍ରୀ ପଦ୍ମା ମଲ୍ଲିକ, ଏ. ଲକ୍ଷ୍ମୀ ଦୋରା, ଅଧ୍ୟାପକ ଅରୁଣ କୁମାର ସେଠୀ, ଅନିଲ୍ କୁମାର ପ୍ରଧାନ, ମେକାନିକ୍ ପ୍ରମୋଦ କୁମାର ସାହୁ, କର୍ମଚାରୀ ଶଙ୍କର ଗୌଡ, ଅନିଲ ମଲ୍ଲିକ, ସନ୍ତୋଷ ମହାରଣା,

ସନ୍ତୋଷ ଲେଙ୍କା, ବସନ୍ତ ନାଇକ, ଗଗନ ନାଇକ, ସାଲବେଗ ନାଇକ, ଯୁବ ରେଡକ୍ରସ୍ର ସ୍ବେଚ୍ଛାସେବୀ ଛାତ୍ର ଦିବ୍ୟାନନ୍ଦ ମୁନୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ତିନିର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।