Monday, November 16, 2026
Home ଆଞ୍ଚଳିକ ଆସିକା ଏନ ଏ ସି ନଗର ପାଳ ହେଲେ ବିନେତା ସ୍ବାଇଁ ।

ଆସିକା ଏନ ଏ ସି ନଗର ପାଳ ହେଲେ ବିନେତା ସ୍ବାଇଁ ।

134

ଆସିକା , ୨୬/୦୩/୨୨ ( ଜିଲ୍ଲା ଖବର ) : ଅଞ୍ଚଳର ବିକାଶ କରିବା ମୋର ଏହା ପ୍ରାଥମିକ ରହିବ ବୋଲି ସଦ୍ୟ ବିଜେତା ବିଜେଡି

ପ୍ରାର୍ଥିନୀ ବିନେତା ସ୍ବାଇଁ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ।

୧୮ ଗୋଟିଓ୍ବାର୍ଡ ବିଶିଷ୍ଟ ଆସିକା ଏନ ଏ ସି ର ୧୭୨୬୦ ଲୋକ ନିଜର ମତ ସାବ୍ୟସ୍ତ କରିଥିଲେ । ବିନେତା ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ଡଃ ଶ୍ୟାମଘନ ବିଶ୍ବାଳ ଙ୍କୁ ୩ହଜାର ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି ।


ସେ ନିଜ ଶାଶୁ ସ୍ବର୍ଗତ ପୂର୍ବତନ ଅଧ୍ୟକ୍ଷା ମାଧୁରୀ ସ୍ବାଇଁ ଙ୍କ ଅଧୁରା ସ୍ବପ ପୂର୍ଣ୍ଣ କରିବା ପାଇଁ ସଙ୍କଳ୍ପ କରିଛନ୍ତି ।ବର୍ତ୍ତମାନ ବାସଭବନରେ ବିଭିନ୍ନ ବର୍ଗର ଲୋକ ଶୂଭେଚ୍ଛା ସୁଅ ଛୁଟିଛି ।ତାଙ୍କର ଏହି ବିଜୟ ପାଇଁ ଦଳର ସୂପ୍ରିମୋ ନବୀନ ପଟ୍ଟନାୟକ ,ଆସିକା ସାସଂଦ ପ୍ରମିଳା ବିଶୋଇ ,ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ସମେତ ଅଞ୍ଚଳ ବାସିଙ୍କୁ ଏହି ଶ୍ରେୟ ଦେଇଛନ୍ତି ।