Home ଆଞ୍ଚଳିକ ଗୋପବନ୍ଧୁ ଶିକ୍ଷା ସଦନ ଛାତ୍ରଙ୍କ ବୃତ୍ତି ସଫଳତା

ଗୋପବନ୍ଧୁ ଶିକ୍ଷା ସଦନ ଛାତ୍ରଙ୍କ ବୃତ୍ତି ସଫଳତା

101

ସାନଖେମୁଣ୍ଡି (ଜିଲ୍ଲା ଖବର) : ଚଳିତ ୨୦୧୯-୨୦ ଶିକ୍ଷା ବର୍ଷରେ ସାନଖେମୁଣ୍ଡି ବ୍ଲକ ସ୍ତରୀୟ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଗୋପବନ୍ଧୁ ଶିକ୍ଷା ସଦନ, ମୌଳାଭଣଜା ଶିଶୁ ମନ୍ଦିରର ଛାତ୍ର ଶ୍ରୀ ଓମ ପ୍ରକାଶ ପାଢ଼ୀ ବ୍ଳକର ପ୍ରଥମ ଓ ପଞ୍ଚମ ଶ୍ରେଣୀର ଶ୍ରୀ ରୋସନ ମିଶ୍ର ବ୍ଲକରେ ଅଷ୍ଟମ ସ୍ଥାନ ରଖି ବୃତ୍ତି ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି। ଏନେଇ ବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାରେ ସଭାପତି ଉପେନ୍ଦ୍ର ବେହେରା, ସମ୍ପାଦକ ଶେଷଦେବ ପଣ୍ଡା ଓ ପ୍ରଧାନ ଅଚାର୍ଯ୍ୟା ଓ ସମସ୍ତ ଗୁରୁଜୀ ଗୁରୁମା ଅଭିଭାବକଙ୍କ ଉପସ୍ଥିତରେ ବୃତ୍ତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସଫଳତା ପାଇଁ ସମାଜସେବୀ ପୀତବାସ ତ୍ରିପାଠୀ, ମଦନମୋହନ ପାଢ଼ୀ, ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ସମସ୍ତ ଅଭିଭାବକ ମାନେ ବୃତ୍ତି ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗୁରୁଜୀ ଗୁରୁମା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ