Wednesday, November 11, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିରେ ଚାଲିଛି ମତଦାନ ଗଣନା,ସବୁ ୱାର୍ଡରେ ବିଜେଡି ଆଗୁଆ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିରେ ଚାଲିଛି ମତଦାନ ଗଣନା,ସବୁ ୱାର୍ଡରେ ବିଜେଡି ଆଗୁଆ ।

93

ବୁଗୁଡ଼ା , ୨୬/୦୩/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ହେଉଥିବା ପୌରପାଳିକା ନିର୍ବାଚନର ଆଜି ଅନ୍ତ ଘଟିଛି।

ସୁଚନାଯୋଗ୍ୟ ଯେ ଗତ ଦୁଇଦିନ ପୂର୍ବରୁ ଜନସାଧାରଣ ରାଜ୍ୟରେ ହୋଇଥିବା ମତଦାନରେ ସାମିଲ ହୋଇ ମତ ସାବ୍ୟସ୍ତ କରିଥିବା ଏବଂ

ଇଭିଏମ୍ ମେସିନ୍ ରେ ସିଲ୍ ହୋଇ ରହିଥିବା ପ୍ରାର୍ଥୀଙ୍କ ଭାଗ୍ଯର ଫଳାଫଳ ପ୍ରକାଶିତ ହେବା ଅପେକ୍ଷାରେ ରହିଛି।

ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବଜାଇ ରଖି ଶାନ୍ତିଶୃଙ୍ଖଳାର ସହ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିର ଗଣନା କାର୍ଯ୍ୟକ୍ରମ ଚାଲୁ ରହିଛି।

ଅପରାହ୍ନ ସୁଦ୍ଧା ମିଳିଥିବା ତଥ୍ଯ ଅନୁଯାୟୀ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ , ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଠାରୁ ଆଗୁଆ

ରହିଥିବା ବେଳେ ୧ନଂ ୱାର୍ଡ ଓ ୨ନଂ ୱାର୍ଡର ବିଜେଡି କାଉନସିଲର ମାନେ ବିଜୟୀ ହୋଇଥିବା ଜଣାଯାଇଛି ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା