Friday, October 16, 2026
Home ଆଞ୍ଚଳିକ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁ ଲୋକେ ହନ୍ତସନ୍ତ l ବିରୋଧ ରେ ଢେଙ୍କାନାଳ...

ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁ ଲୋକେ ହନ୍ତସନ୍ତ l ବିରୋଧ ରେ ଢେଙ୍କାନାଳ – ଯାଜପୁର ରାସ୍ତା ୭ ଘଣ୍ଟା ଧରି ଅବରୋଧ l

155

ଧର୍ମଶାଳା , ୨୬/୦୩/୨୨ ( ଜିଲ୍ଲା ଖବର ) : ପ୍ରଦୂଷଣ ବଳୟ ରେ ପୁରା ଧର୍ମଶାଳା ଏବେ କଳୁଷିତ l

ସବୁଠି ଧୂଳି ଧୂଆଁ ରେ ଲୋକେ ଅଣ ନିଶ୍ୱାସୀ l କ୍ରସର ଧୂଆଁ ସାଙ୍ଗକୁ ରାସ୍ତାରେ ପାଣି ନପାରିବାରୁ ଲୋକଙ୍କ ଘରେ ପଶୁଛି ଧୂଳି ।

ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ବାରମାଣ ଗାଁ ରେ l ରାସ୍ତାରେ ଦୈନିକ ଶହ ଶହ ହାଇୱା ଗାଡି ଓଭର ଲୋଡ଼ ବହନ କରି ସ୍ଥାନୀୟ କ୍ରସର ଓ ଖାଦାନ ରୁ କଳା ପଥର ବହନ କରି ଯାତାୟାତ ଫଳ ରେ ସ୍ଥାନୀୟ ଲୋକ ଙ୍କ ଭାତ ହାଣ୍ଡି ରେ ଧୂଳି ଧୂଆଁ ପଶୁଛି l କୂଅ ରେ ଧୂଳି ମିଶୁଛି l

ଲୋକମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ l ରାସ୍ତାରେ ଦୁଇ ଓଲା ପାଣି ଛିଞ୍ଚିବା କୁ ବାରମ୍ବାର ବିନତି ପରେ ମଧ୍ୟ ପ୍ରଶାସନ ର କାନ ରେ ପାଉନାହିଁ l ଆର ଡି ବିଭାଗ ଜିଲ୍ଲାପାଳ ଙ୍କୁ ଜଣାଇଲା ପରେ ଜିଲ୍ଲାପାଳ ଚିଠି କରିଛନ୍ତି l ହେଲେ ଫଳ ଶୂନ୍ୟ l

୭ ଘଣ୍ଟା ରାସ୍ତାରେ ବସିଲା ପରର ମଧ୍ୟ ଘଟଣା ସ୍ଥଳ ରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିଲେ l ସ୍ଥାନୀୟ ସରପଞ୍ଚ ଆସି ବୁଝା ସୁଜା କଲେ ବି ସୁଦ୍ଧା କିଛି ଫଳ ପ୍ରଦ ହୋଇ ନଥିଲା l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l