Sunday, October 11, 2026
Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଉଦ୍ଘାଟିତ ।

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଉଦ୍ଘାଟିତ ।

121


ଗୁଣୁପୁର , ୨୫/୦୩/୨୨ ( ଜିଲ୍ଲା ଖବର) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଆଜି ଦୁଇ ଦିନିଆ ବାର୍ଷିକ ସାଂସ୍କୃତିକ ଉତ୍ସବ ଉଦ୍ଘାଟିତ ହୋଇଯାଇଛି ।

ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ବାର୍ଷିକ ସାଂସ୍କୃତିକ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ ।

ଉପସଭାପତି ଡ଼ ଚନ୍ଦ୍ର ଧ୍ୱଜ ପଣ୍ଡା ଯୋଗ ଦେଇ ଏହି ଭଳି ଉତ୍ସବ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଅନ୍ତର୍ନିହତ ଗୁଣାବଳୀ ର ବିକାଶ ହୋଇପାଇବ ବୋଲି ମତବ୍ୟକ୍ତ କରିବା ସହ ପାଠପଢା ସମେତ ଏହି ଭଳି କାର୍ଯ୍ୟକ୍ରମର ଆବଶ୍ୟକ ବୋଲି କହିଥିଲେ ।

ଅନୁଷ୍ଠାନର ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ଃ ଏନ.ଭି .ଜେ .ରାଓ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବ ନିମନ୍ତେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା ଯଥା ୱେବ ୱାର, ଫୋଟୋ ଶୋପ, ଆପ୍ପ ଡେଭେଲପ୍ମେଣ୍ଟ , ରୋବଟିକସ , ବକୃତା , ନୃତ୍ୟ , ରା଼ମ୍ଫୋ ଶୋ , ଫୁଟବଲ ,କ୍ରିକେଟ, ସନ୍ତରଣ ,କେରମ,ଟେବୁଲ ଟେନିସ ,ଚେସ ,ଖୋ-ଖୋ,ଭଳିବଲ,କବାଡି ପ୍ରଭୃତି ଖେଳ ଆୟୋଜନ କରାଯାଇଥିଲା ।

ଏହି ଦୁଇଦିନିଆ ଉତ୍ସବ କୁ ଡିନ ସ୍ତୁଡେଣ୍ଟ ଏଫାଇରସ ଡ଼ ଶୁଭରାଜିତ ପ୍ରଧାନ , ଆବାହକ ପ୍ରଫେସର ଡ଼ ରାଧାକୃଷ୍ଣ ପାଢ଼ୀ ,ସୁଜିତ ପାତ୍ର , ରବୀନ୍ଦ୍ର କୁମାର ପଣ୍ଡା ,ଶ୍ରୀକାନ୍ତ ମିଶ୍ର , ବିଭୁ ପ୍ରସାଦ , ରାକେଶ ସାହୁ , ନାରାୟଣ ବାତ୍ରା , ଡ଼ ଅଜିତ ପାତ୍ର , ଶକ୍ତି ଖାଡ଼ଙ୍ଗା , ଗୋପାଳ ମହାନ୍ତି , ରତନ ପାତ୍ର , ସନ୍ତୋଷ ତ୍ରିପାଠୀ ,ତାପସ ଛୁଅଁଳସିଂ ,ଦେବାଶିଷ ପଟନାୟକ ,ଆଶିଷ ତିୱାରୀ ପ୍ରମୁଖ ଙ୍କ ସହ ଅନୁଷ୍ଠାନ ର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।