
ଗୁଣୁପୁର , ୨୫/୦୩/୨୨ ( ଜିଲ୍ଲା ଖବର ) : ନିଷ୍ଟ ବ୍ରହ୍ମପୁର ଦ୍ୱାରା ଆୟୋଜିତ ଅନ୍ତ ମହାବିଦ୍ୟାଳୟ ଚାମ୍ପିୟାନସିପି ରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର କ୍ରିକେଟ ଓ ବାସ୍କେଟ ବଲରେ ଚମ୍ପିୟାନ ହୋଇଥିବା ବେଳେ କବାଡିରେ ରନ୍ରର୍ସ ଅପ ହୋଇଛନ୍ତି ।

ଏହି ଚମ୍ପିୟାନ ସିପି ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ରେ ଶେଷ ହୋଇଛି । ଏଥିରେ ପ୍ରତ୍ୟେକ ଖେଳରେ ଆଠ ଗୋଟି ଦଳ ଭାଗ ନେଇଥିବା ଜଣାପଡିଛି । କ୍ରିକେଟ ଖେଳରେ ନିଷ୍ଟ ବ୍ରହ୍ମପୁର କୁ ୫୫ ରନରେ ପରାସ୍ତ କରିଥିବା ବେଳେ ବାସ୍କେଟ ବଲରେ ୪୪-୩୭ ପଏଣ୍ଟ ହାସଲ କରି ଉଭୟ ଖେଳରେ ଚାମ୍ପିୟନ ହୋଇଛି ।

ସେହିପରି କବାଡି ଖେଳରେ ନିଷ୍ଟ ବ୍ରହ୍ମପୁର ଚାମ୍ପିୟନ ହୋଇଥିବା ବେଳେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରନର୍ସ ଆପ ହୋଇଥିଲେ । ଅନୁଷ୍ଠାନର ବି ଟି ଭି ରାବଣ ମୃର୍ତ୍ତି ମ୍ୟାନେଜେର ଭାବେ ଯୋଗ ଦେଇଥିଲେ । ଏହି ଦଳଙ୍କୁ ନିଷ୍ଟ ଅଧ୍ୟକ୍ଷ ପ୍ରିୟଦର୍ଶନ ତ୍ରିପାଠୀ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।

ଏହି ସମସ୍ତ ଦଳକୁ ବିଶ୍ୱବିଦ୍ୟାଳୟ ରେ ସଭାପତି ଡ଼ ସତ୍ୟପ୍ରକାଶ ପଣ୍ଡା , ଉପ ସଭାପତି ଡ଼ ଚନ୍ଦ୍ର ଧ୍ୱଜ ପଣ୍ଡା , ମହାନିର୍ଦେଶକ ଡ଼.ଜଗଦୀଶ ପଣ୍ଡା , କୁଳପତି ଡ଼ ଗୌତମ ଘୋଷ , ରେଜିଷ୍ଟାର ଡ଼ଃ ଏ ନ ଭି ଜେ ରାଓ , କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଓ କ୍ରୀଡା ବିଭାଗର ଆବାହକ ପ୍ରଫେସର ଆଶିଷ ତିୱାରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



