
ଗାଙ୍ଗପୁର , ୨୫/୦୩/୨୨ ( ଜିଲ୍ଲା ଖବର ) : ମାନସିକ ଦୁଶ୍ଚିନ୍ତା ରୁ ଅସାବଧାନତା ବଶତଃ
ନିଜ ପିସ୍ତଲରୁ ଗୁଳି ଫୁଟି ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟିଛି l

ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ ।


ଆଜି ମଧ୍ୟାହ୍ନ ସମୟରେ ନିଜ ସରକାରୀ ବାସ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

ସୂଚନା ପାଇ ଗଞ୍ଜାମ ଏସପି ବ୍ରିଜେଶ ରାୟ ମେଡିକାଲରେ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଥାନା ଅଧିକାରୀ ଙ୍କ ପରିବାର କୁ ସୂଚନା ଦିଆଯାଇଥିବା କହିଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବା ନେଇ କହିଛନ୍ତି l



