
ଆସିକା (ଜିଲ୍ଲା ଖବର) : ବିଜ୍ଞାନ ମହାବିଦ୍ୟାଳୟ ଠାରେ +୨ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ଟି ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲାବେଳେ ଅଧ୍ୟକ୍ଷ ଡ଼ଃ ତାରାପ୍ରସାଦ ଦାସ ଓ ପ୍ରଶାସନିକ ଅଧିକାରୀ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ ଙ୍କ ଉପସ୍ଥିତି ସ୍ବେଛାସେବୀ ମାନଙ୍କୁ ବହୁତ ଉଚ୍ଛାହ ଯୋଗାଇ ଥିଲା. ଭାରତ ସରକାରଙ୍କ ସ୍ୱଚ୍ଛତା ଯୋଜନା ଓ ସ୍ୱଚ୍ଛ ପରିବେଶ କୁ ଆଧାର କରି ସେବା ଯୋଜନା ର ସମସ୍ତ ସ୍ଵେଚ୍ଛା ସେବି ମହାବିଦ୍ୟାଳୟ ପରିସରରେ ସ୍ୱଛତା କାର୍ଯ୍ୟକ୍ରମ ଜରିଆରେ ଚତୁର୍ପାଶ୍ୱ କୁ ସମ୍ପୂର୍ଣ୍ଣ ସଫା କରିଥିଲେ. ପରିବେଶ ସଫା ରହିଲେ ସ୍ୱାସ୍ଥ୍ୟ ସୁସ୍ଥ ରହିବ, ମନ ପ୍ରଫୁଲ୍ଲ ରହିବ, କାର୍ଯ୍ୟ କରିବା ରେ ଉଛାହ ଆସିବ ଇତ୍ୟାଦି ଲକ୍ଷ ରେ କାର୍ଯ୍ୟକ୍ରମ ଟିକୁ ହାତକୁ ନିଆଯାଇଥିଲା. ପ୍ରାୟ 46 ଜଣ ସ୍ବେଛାସେବୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ସୁଶାନ୍ତ କୁମାର ପାତ୍ର, ଲଳିତ ଜେନା, ଦେବାଶିଷ ନାହାକ, ସାଇ ସୁନ୍ଦର ଜେନା, ସୁବ୍ରତ ପାଢ଼ୀ, ଆଦିତ୍ୟ ଆଛାରୀ, ଦେବାଶିଷ ଜେନା, ପବିତ୍ର ନାହାକ, ଚନ୍ଦନ ପଣ୍ଡା, ଆଲୋକ କୁମାର ପ୍ରଧାନ, ଶିଶିର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ. ଏହା ସହିତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ. ।
ରିପୋର୍ଟ ରତ୍ନାକର ଶିଅ ।




