ଆସିକା , ୨୫/୦୩/୨୨ ( ଜିଲ୍ଲା ଖବର ) : ଆସିକାରେ ପୌରନିର୍ବାଚନ ପାଇଁ ଭୋଟ ଦାନ ପକ୍ରିୟା ଶାନ୍ତି ଶୃଙ୍ଖଳା ସହ ସରିଲା । ଇଭିଏମରେ ପାର୍ଥିଙ୍କ ଭାଗ୍ୟ ଏବେ ସିଲ ହୋଇଛି।


ଭୋଟ ଦାନ କେନ୍ଦ୍ରରେ ନିୟୋଜିତ ସମସ୍ତ ଅଧିକାରୀ ମାନେ ଯେ ଯାହା କେନ୍ଦ୍ରରୁ ନିର୍ବାଚନି ନଥିପତ୍ର ଓ ଇଭିଏମ ମେସିନ ଧରି ଆସିକା ଏନ ଏ ସି କାର୍ଯ୍ୟାଳୟରେ ଦାଖଲ କରିବାକୁ ଆସିଛନ୍ତି।


ଏହାର ସୁପରିଚାଳନା କରୁଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ନିର୍ବାଚନ ଅଧିକାରୀ ତଥା ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟ।


ସମସ୍ତ ଇଭିଏମ ମେସିନ ଷ୍ଟ୍ରଙ୍ଗରେ ରଖାଯିବା ଏବଂ ସିସିଟିଭି ଖଞ୍ଜାଯାଇଥିବା ବେଳେ ସଶସ୍ତ୍ର ପୋଲିସ ବନ୍ଦୋବସ୍ତ କରାଯାଇଛି । ଆସନ୍ତା ୨୬ତାରିଖ ଦିନ ଫଳାଫଳ ପ୍ରକାଶ ପାଇବ।


ଦିନ ତମାମ ମତଦାତା ମାନେ ଲମ୍ବା ଲାଇନ ରେ ଠିଆ ହୋଇ ଶୃଙ୍ଖଳାର ସହ ନିଜ ନିଜର ଭୋଟ ଦେଇଛନ୍ତି । ଦିର୍ଘ ୨୦ବର୍ଷ ଉର୍ଦ୍ଧ୍ବ ପରେ ନଗରପାଳ ପଦବୀ ପାଇଁ ସିଧାସଳଖ ଭୋଟ ହେଉଥିବାରୁ ଭୋଟର ଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ।


ମତଦାନ ୬୦.୭୭ ପ୍ରତିଶତ ଭୋଟଦାନ ହୋଇଛି ଏବଂ ଶାନ୍ତିପୂର୍ଣ୍ଣ ଭାବେ ସରିଲା । ପୋଲିସ ଓ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ଓ ଭୋଟଗ୍ରହଣ ସୁପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ଏବେ ପାର୍ଥିମାନେ ଯେ ଯାହାର ଅଙ୍କକଷା ରେ ଲାଗିଛନ୍ତି ଆଉ ୨୬ତାରିଖ ଅପେକ୍ଷା ରେ ଅଛନ୍ତି।






