Home ଅପରାଧ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଚାରିଜଣ ହତ୍ୟା ଘଟଣାକୁ ବିତିଗଲା ତିନି ଦିନ...

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଚାରିଜଣ ହତ୍ୟା ଘଟଣାକୁ ବିତିଗଲା ତିନି ଦିନ ।

150

ପିତଳ , ୨୪/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଚାରିଜଣ ହତ୍ୟା ଘଟଣାକୁ ବିତିଗଲା ତିନି ଦିନ । ନା ପିତଳ ଛକରେ ଚାରିଜଣ ହତ୍ୟା ଘଟଣାକୁ ବିତିଗଲା ତିନି ଦିନ । ତଥାପି ସମସ୍ତ ଘଟଣା ଉପରୁ ପୋଲିସ ପରଦା ଉଠିପାରିନଥିବା ବେଳେ ଅଟକ ଅଭିଯୁକ୍ତ ରୁ ଗିରଫ ହୋଇପାରିଲେ ନାହିଁ ।

ଏପଟେ ଏବେ ପିତଳ ଛକରେ ଲୋକେ ଭୟରେ ଦୋକାନ ବଜାର ଖୋଲୁନଥିବା ବେଳେ ନିଜ ସନ୍ତାନ ମାନଙ୍କୁ ହରାଇ ପାଗଳପ୍ରାୟ ହୋଇଗଲେଣି ପରିବାର ଲୋକେ ।

ଠିକ ୨୨ ତାରିଖ ରାତିର ଘଟଣା । ସମୟ ପାଖାପାଖି ରାତି ୧୦ ର ୧୧ ହେବ । ସାମାନ୍ଯ ବଚଷା ରୁ ସୃଷ୍ଟି ହୋଇଥିଲା ମହାଭାରତ । ଆଉ ହଠାତ କିଛି ଦୁବୃର୍ତ୍ତ ଙ୍କ ଠେଙ୍ଗା ଓ ଲୁହରଡ ମାଡରେ ଟଳି ପଡିଲେ ଏକାଥରକେ ଗୋଟିଏ ପରିବାର ର ଚାରିଜଣ ।

ଏହି ଭଳି ଘଟଣା ଘଟିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ର ପିତଳ ଛକ ଠାରେ ଥିବା ଫାଷ୍ଟଫୁଡ ଦୋକାନ ରେ । ଆଉ ଫାଷ୍ଟଫୁଡ ଦୋକାନ ର ସମସ୍ତେ ମୃତ୍ଯୁବରଣ ପରେ ଦେଖାଦେଇଥିଲା ପୋଡାଜଳା ସାଙ୍ଗକୁ ବଢିଥିଲା ଅଶାନ୍ତି । ହେଲେ ଘଟଣାକୁ ତିନିଦିନ ବିତିଗଲା ସତ ।

ତଥାପି ନରେନ୍ଦ୍ରପୁର ଗାଁ ଦାଣ୍ଡ ଏବେ ବି କାନ୍ଦ ବୋବାଳିରେ ରେ ଫାଟି ପଡୁଥିବା ବେଳେ ନିଜ ସନ୍ତାନମାନଙ୍କୁ ହରାଇ ପାଗଳ ହୋଇଗଲେଣି ପରିବାରବର୍ଗ । କେବଳ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପରିବାରବର୍ଗ ନିବେଦନ କରିବାଛଡା ଅନ୍ୟ ଉପାୟ ନାହିଁ l

ଏହି ହତ୍ୟାକାଣ୍ଡ ରେ ଶମ୍ଭୁ ସ୍ବାଇଁ, ରାଜା ସ୍ବାଇଁ, ପାଣ୍ଡା ସ୍ବାଇଁ ଓ ଚନ୍ଦନ ସ୍ବାଇଁ ମୃତ୍ଯୁବରଣ କରିଥିବା ବେଳେ ଏବେ ସୁଧା ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଲା ନାହିଁ ପୋଲିସ ପ୍ରଶାସନ ।

କେବଳ ତିନିଜଣ ଅଟକ ରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ଏବେ ବି ପିତଳ ଛକରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଭୟରେ ଦୋକାନ ବଜାର ଖୋଲିପାରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଛକରେ ଏକ ପୋଲିସ ଫାଣ୍ଡି ନିର୍ମାଣ ପାଇଁ ଦାବି କରିଛନ୍ତି।

ତେବେ ଏହି ଜଘନ୍ୟ ଲୋମହର୍ଷଣ କାରି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କାରି ମୃତକ ଙ୍କ ପରିବାର କୁ ନ୍ୟାୟ ଦେବାରେ କେବେ ସଫଳ ହେଉଛି ପୋଲିସ ତାହା ଦେଖିବାକୁ ବାକିରହିଲା l