Wednesday, November 11, 2026
Home ଆଞ୍ଚଳିକ ଆସିକା ଏନଏସିରେ ୫ ଜଣ ଅଧ୍ୟକ୍ଷ ପ୍ରାର୍ଥି,ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ।

ଆସିକା ଏନଏସିରେ ୫ ଜଣ ଅଧ୍ୟକ୍ଷ ପ୍ରାର୍ଥି,ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ।

125

ଆସିକା , ୨୪/୦୩/୨୨ ( ଜିଲ୍ଲା ଖବର ) : ଆସିକା ଏନଏସିରେ ଆଜି ପୌର ନିର୍ବାଚନ ଅନୁଷ୍ଠିତ ।

ଏହି ନିର୍ବାଚନରେ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥି ସାଙ୍ଗକୁ ଆଉ ୨ ଜଣ ଅଧ୍ୟକ୍ଷ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି ।

ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ପ୍ରାୟତଃ ଦୁଇମୁଖୀ ଲଢେଇ ହେଉଥିବା ବେଳେ ବିଜେଡି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥି ଭାବେ ବିନେତା ସ୍ୱାଇଁ,ବିଜେପି ପକ୍ଷରୁ ଡଃ.ଶ୍ୟାମଘନ ବିଶ୍ୱାଳ,କଂଗ୍ରେସ ଦଳ ପକ୍ଷରୁ ଆଇନଜୀବୀ ଉମାକାନ୍ତ ବିଶ୍ୱାଳ ଏବଂ ସ୍ୱାଧିନ ପ୍ରାର୍ଥି ଭାବେ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଶତପଥି,ଆରଏସପି ସମର୍ଥିତ ସ୍ୱାଧିନ ପ୍ରାର୍ଥି କମ୍ରେଡ ଲିଙ୍ଗରାଜ କର ପ୍ରମୁଖ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ବିଭିନ୍ନ ଦଳ ଓ ସ୍ୱାଧିନ ପ୍ରାର୍ଥିଙ୍କୁ ମିଶାଇ ୪୭ଜଣ କାଉନସିଲ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ଆସିକା ଏନଏସିର ୧୮ଟି ୱାର୍ଡରେ ୨୧ଟି ବୁଥରେ ୧୭ ହଜାର ୨୬୦ ଭୋଟର ସକାଳ ୮ଟାରୁ ଭୋଟ ପ୍ରଦାନ କରୁଛନ୍ତି ।

ଆସିକା ଏନଏସିର ୧୮ଟି ୱାର୍ଡରେ ୧୮ଟି ବୁଥ ହେବା ସହ ପୁଣି ସ୍ୱତନ୍ତ୍ର ଭାବେ ୱାର୍ଡ ନମ୍ବର-୨ ବାଣୀବିହାରରେ ଦୁଇଟି ବୁଥ,

ୱାର୍ଡ ନମ୍ବର-୧୫ ସୁବର୍ଣ୍ଣପେଟା ସାହିରେ ୨ଟି ବୁଥ,ୱାର୍ଡ ନମ୍ବର-୧୬ ଲଛମନପଲ୍ଲୀ,ଗାନ୍ଧୀନଗରରେ ୨ଟି ବୁଥ ରହିଛି ।

ସର୍ବ ମୋଟ ୨୧ଟି ବୁଥ ଭୋଟ ମତଦାନ ଗ୍ରହଣ କରାଯାଇଛି । ଭୋଟ ବାସ୍କ ଗୁଡିକ ଆସିକା ଏନଏସି କାର୍ଯ୍ୟାଳୟ ଠାରେ ପୋଲିସ ପହରା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରହିବ । ନିର୍ବାଚନ ପରେ ଆସନ୍ତା ୨୬ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା ହେବ ।

ଅବାଧ ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ସହ ବହୁ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ଆସିକା ଏନଏସିର ଦୁଇଟି ସ୍ଥାନ ହରିହର ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଦର୍ଶ ମତଦାନ କେନ୍ଦ୍ର ରହିଛି ।

ସମସ୍ତ ପ୍ରାର୍ଥି ମାନଙ୍କ ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲେ ମଧ୍ୟ ମୁଖ୍ୟତଃ ଶାସକ ଦଳ ବିଜେଡି ପ୍ରଚାର ପ୍ରସାର କ୍ଷେତ୍ରରେ ଆଗୁଆ ରହୁଥିଲା । ଏହା ସତ୍ୱେ ମଧ୍ୟ ବିଜୁ ଜନତା ଦଳ ପାଇଁ ଜିଲ୍ଲା ଓ ରାଜ୍ୟର କୈାଣସି ବରିଷ୍ଠ ନେତା,ମନ୍ତ୍ରୀ,ବିଧାୟକ ପ୍ରଚାର କରିବାରେ ଦେଖା ଦେଇନଥିଲା ।

ସେହିଭଳି ବିଜେପି ପୋଷ୍ଟର ବ୍ୟାନର ସହ ସ୍ଥାନୀୟ ବିଜେପି ନେତାଙ୍କ ଦ୍ୱାରା ଅଧ୍ୟକ୍ଷ ପ୍ରାର୍ଥି ସିମୀତ ସମର୍ଥକ ମାନଙ୍କୁ ନେଇ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଏହି ପ୍ରଚାରରେ ମଧ୍ୟ ଜିଲ୍ଲା ଓ ରାଜ୍ୟ କୈାଣସି ବିଜେପି ନେତାଙ୍କ ପ୍ରଚାରକୁ ଆସିନଥିବା ଜଣାଯାଇଛି ।

କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥିଙ୍କ କେତେକ ୱାର୍ଡରେ ନାମକୁ ମାତ୍ର ପ୍ରାର୍ଥିଙ୍କ ବ୍ୟାନର ଲାଗିଥିବା ବେଳେ ୯ଟି ୱାର୍ଡରେ କାଉନସିଲର ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ମୁଖ୍ୟତଃ ଗୋଟିଏ ଦିନ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥି ସହରରେ ନିଜ ପାଇଁ ପ୍ରଚାର କରିନାହାଁନ୍ତି ।

ଅନ୍ୟପଟରେ ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଶତପଥି ତାଙ୍କ ସମ୍ଭଳ ଅନୁଯାୟୀ କିଛି ବ୍ୟାନର ପୋଷ୍ଟର ଲଗାଯାଇ କିଛି ସମର୍ଥକଙ୍କ ଦ୍ୱାରା ପ୍ରଚାର କରୁଥିବା ଦେଖାଦେଇଥିଲା ।

ଅନ୍ୟ ଜଣେ ସ୍ୱାଧିନ ପ୍ରାର୍ଥି କମ୍ରେଡ ଲିଙ୍ଗରାଜ କର ଏକେଲା ଚାଲୋ ନିତୀରେ କେତେକ ୱାର୍ଡରେ ପ୍ରଚାର କରୁଥିବା ଦେଖାଦେଇଥିଲା । ନିର୍ବାଚନ ଗୋଟିଏ ଦିନ ଥିବା ବେଳେ ଶୃଙ୍ଖଳା ସହ ମତଦାନ ପାଇଁ ସମସ୍ତ ପ୍ରାର୍ଥି ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା ପାଇଁ ବାକି ରହିଲା ।