Wednesday, November 11, 2026
Home ଆଞ୍ଚଳିକ ବୁଗୁଡ଼ା ବ୍ଲକର ଅପ୍ରତିଦ୍ୱନ୍ଦୀ ଉପାଧ୍ୟକ୍ଷ ହେଲେ ମାନସ ରଞ୍ଜନ ପ୍ରଧାନ।

ବୁଗୁଡ଼ା ବ୍ଲକର ଅପ୍ରତିଦ୍ୱନ୍ଦୀ ଉପାଧ୍ୟକ୍ଷ ହେଲେ ମାନସ ରଞ୍ଜନ ପ୍ରଧାନ।

56

ବୁଗୁଡ଼ା , ୨୪/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ବ୍ଲକର ଭାଗ୍ୟ ବିଧାତା ତଥା ଅଧ୍ୟକ୍ଷା ରୂପେ

୨୧ ଗୋଟି ସମିତି ସଭ୍ୟ ଓ ସଭ୍ୟାଙ୍କ ମଧ୍ୟରୁ ବିରଞ୍ଚିପୁର ବିଜେପିର ସମିତି ସଭ୍ୟା ଅଳକା ନନ୍ଦଙ୍କ ସହ

ବାଲିପଦର ପଞ୍ଚାୟତର ସମିତି ସଭ୍ୟା କେ.ପ୍ରିୟଦର୍ଶନୀ ଆଚାରୀ ପ୍ରତିଦ୍ବନ୍ଦିତା କରି

ଶ୍ରୀମତୀ ନନ୍ଦ ୪ଗୋଟି ଭୋଟ ପାଇଥିବା ବେଳେ ଶ୍ରୀମତୀ ଆଚାରୀ ୧୭ଗୋଟି ଭୋଟ ପାଇ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ ।

ବର୍ତ୍ତମାନ ଆଜି ବ୍ଲକର ଉପାଧ୍ୟକ୍ଷ ପାଇଁ ନିର୍ବାଚନ ଥିବାରୁ ଗୋଲିଆ ଗ୍ରାମ ପଞ୍ଚାୟତରୁ ବିଜୟଲାଭ କରିଥିବା

ସମିତିସଭ୍ଯ ମାନସ ରଞ୍ଜନ ପ୍ରଧାନ ଅପ୍ରତିଦ୍ୱନ୍ଦୀ ଭାବେ ଉପାଧ୍ୟକ୍ଷ ଘୋଷଣା କରିଛନ୍ତି ଆମ ସ୍ଥାନୀୟ ନିର୍ବାଚନ ଅଧିକାରୀ।

ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।