ଜଗା କାଳିଆ ବସ୍ ଦୁର୍ଘଟଣା; ୨୫ ଆହତ |

48

ଭଦ୍ରକ , ୨୩/୦୩/୨୨। ( ଜିଲ୍ଲା ଖବର ) : କଲିକତାରରୁ ଭୁବନେଶ୍ୱର ଯାଇଥିବା ଜଗା କାଳିଆ ବସ୍ ଦୁର୍ଘଟଣା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପାଳଦ ଛକ ନିକଟରେ ଜଗା କାଳିଆ ନାମକ ବସ କଲିକତାରରୁ ଭୁବନେଶ୍ୱର ଅଭିମୁଖେ ଯାଇଥିବା ବେଳେ ରାତି ପ୍ରାୟ ୪ଟା ସମୟରେ ଦୁର୍ଘଟଣା ଘଟିଛି ।

 ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଭଣ୍ଡାରିପୋଖରୀରେ ୨୦ ଜଣ ଭର୍ତ୍ତି ହୋଇ ଥିବା ବେଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୫ଜଣଙ୍କୁ ପଠାଯାଇଥିବା ସୂଚନା ମିଳିଛି ।